୧୧ ବର୍ଷ ପରେ ପଞ୍ଜାବ କିଙ୍ଗ୍ସ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ଦଳ କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ଦୁଇ ଘଣ୍ଟାରୁ ଅଧିକ ସମୟ ବର୍ଷା ଯୋଗୁଁ ବିଳମ୍ବ ହେବା ପରେ ମ୍ୟାଚ ଆରମ୍ଭ ହୋଇଥିଲା। ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଚଳିତ ମ୍ୟାଚର ବିଜେତା ପଞ୍ଜାବ ଆସନ୍ତା ଜୁନ ୩ ତାରିଖରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷରେ ଫାଇନାଲରେ ମୁକାବିଲା କରିବ।
ରବିବାର, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ ୨୦୪ ରନର ଲକ୍ଷ୍ୟକୁ ପିଛା କରିଥିଲା। ଅଧିନାୟକ ଶ୍ରେୟସ ଆୟର ଶେଷ ବଲରେ ଏକ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି। ସେ ୪୧ ବଲରୁ ୮୭ ରନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସରେ ୫ ଚୌକା ଏବଂ ୮ ଛକା ମଧ୍ୟ ରହିଥିଲା।
ଶ୍ରେୟସଙ୍କ ବ୍ୟତୀତ ନେହାଲ ୱାଧେରା ୪୮ ଏବଂ ଜୋଶ ଇଙ୍ଗଲିସ୍ ୩୮ ରନ କରିଥିଲେ। ଅଶ୍ୱିନୀ କୁମାର ଦୁଇଟି ୱିକେଟ ପାଇଥିଲେ। ଟସ୍ ହାରିବା ପରେ ବ୍ୟାଟିଂ କରି ମୁମ୍ବାଇ ପକ୍ଷରୁ ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ୪୪-୪୪ ରନର ଇନିଂସ ଖେଳିଥିଲେ। ଜନି ବେୟାରଷ୍ଟୋ ୩୮ ରନ କରିଥିଲେ।