ସଂଚାର ବ୍ୟୁରୋ: ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ l ମୃତ ମହିଳା ଜଣଙ୍କ ହେଲେ ଲମତାପୁଟ ବ୍ଲକ ଆଉଡିପଡା ଗ୍ରାମର ୩୫ ବର୍ଷୀୟ କୌଶଲ୍ୟା ସୀସା । ସେ ଗତକାଲି ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ l ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା l ଆଜି ସକାଳୁ ଖୋଜାଖୋଜି କରିବା ପରେ ଗ୍ରାମ ନିକଟରେ ଥିବା ପୋଖରୀରେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା l ଘଟଣାସ୍ଥଳରେ ଲମତାପୁଟ ଅଗ୍ନିଶମ ପହଁଚି ଶବ ଉଦ୍ଧାର କରିଥିବା ସହ ମାଛକୁଣ୍ଡ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି l