ସଂଚାର ବ୍ୟୁରୋ: ହାର୍ଡକୋର ମାଓବାଦୀ ହିଡିମା ଗିରଫ । ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜମ ହିଡିମା ଓରଫ ମୋହନ ଗିରଫ । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜମ ହିଡିମାକୁ ଗିରଫ କରାଯାଇଛି । କୁଞ୍ଜମ ଛତିଶଗଡ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି । ତାକୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ ମାଓ ହିଂସାକାଣ୍ଡରେ ସେ ଜଡ଼ିତ। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା କୁଞ୍ଜମ । ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ସେ ଏରିଆ କମିଟି ସଦସ୍ୟ ଥିଲା । ଏଥିପୂର୍ବରୁ ଛତିଶଗଡରେ ବହୁ ମାଓ ହିଂସାରେ ସାମିଲ ଥିଲା । କୋରାପୁଟ ଜିଲ୍ଲାରେ ୨୦୧୬, ୨୦୧୭ ଓ ୨୦୨୧ ମସିହାରେ କୁଞ୍ଜମ ହିଡିମା ବିରୋଧରେ ମକଦ୍ଦମା ଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କୋରାପୁଟ ଏସପି ।.. ..