ସଂଚାର ବ୍ୟୁରୋ: ପାକିସ୍ତାନର ଯେକୌଣସି ସ୍ଥାନକୁ ହିଟ କରିବାର ସାମର୍ଥ୍ୟ ହାସଲ କରିଛି ଭାରତ। ଯଦି ପାକିସ୍ତାନ ନିଜର ସାମରିକ ମୁଖ୍ୟାଳୟକୁ ରାଓଲପିଣ୍ଡିରୁ ସ୍ଥାନାନ୍ତର କରେ, ତାହେଲେ ତାକୁ ଗୋଟିଏ ବଡ଼ ଗାତ ଖୋଳିବାକୁ ପଡ଼ିବ। ଯେଉଁଥିରେ ସବୁ ଅସ୍ତଶସ୍ତ୍ର ଓ ଗୁଳିଗୋଳା ଲୁଚାଇରଖିବ। ଯାହାକଲେ ବି ପାକିସ୍ତାନ ଭାରତୀୟ ସେନାଙ୍କଠାରୁ ବର୍ତ୍ତିପାରିବେ ନାହିଁ ବୋଲି କହିଛନ୍ତି ଆର୍ମି ଏୟାର ଡିଫେନ୍ସର ମହାନିର୍ଦ୍ଦେଶକ ଲେଫଟନାଣ୍ଟ ଜେନେରାଲ ସୁମେର ଇଭାନ ଡି କୁନହା। ଦେଶର ସାମରିକ ସାମର୍ଥ୍ୟ ସମ୍ପର୍କରେ ସେ କହିଛନ୍ତି- ପାକିସ୍ତାନକୁ ଦମନ କରିବା ଲାଗି ଭାରତ ନିକଟରେ ଯଥେଷ୍ଟ ସାମରିକ ସମର୍ଥ୍ୟ ରହିଛି। ପାକିସ୍ତାନ ନିଜର ସାମରିକ ମୁଖ୍ୟାଳୟକୁ ଖାଇବର ପଖତୁଖ୍ବାୱାକୁ ନେଲେ ବି କିଛି ଫରକ ପଡିବ ନାହିଁ। ପହଲଗାଓଁ ହମଲା ପରେ ପାକିସ୍ତାନକୁ ଭାରତୀୟ ବାହିନୀ ଉଚିତ ଜବାବ ଦେଇଥିଲେ। ସେ ଆହୁରି କହିଛନ୍ତି- ଚାରିଦିନ ଭିତରେ ପାକିସ୍ତାନ ଭାରତ ବିରୋଧରେ ୮୦୦ରୁ ୧୦୦୦ ଡ୍ରୋନ ମାଡ କରିବାକୁ ଉଦ୍ୟମ କରିଥିଲା। ମାତ୍ର ସେସବୁକୁ ଭାରତ ସଫଳ ଭାବେ ନଷ୍ଟ କରିଦେଇଥିଲା।