ସଂଚାର ବ୍ୟୁରାେ: ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଓ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହୋଇଅଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟି ସଦଶ୍ୟ ଏନ୍ ସି ପାଲ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ ଙ୍କ ସମେତ ଉନ୍ନୟନ ପ୍ରଶାସକଙ୍କ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି।ତେବେ ପୂର୍ବ ନିଷ୍ପତି ଅନୁଯାୟୀ ଏପ୍ରିଲ ୨୯ ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି। ଚନ୍ଦନଯାତ୍ରା ନୀତି କାନ୍ତି ଥିବାରୁ ମରାମତି କାର୍ଯ୍ୟ ବନ୍ଦ ରହିଅଛି। ଗତ ଡିସେମ୍ବର ୧୭ ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ଚାରିମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ପାଞ୍ଚ ମିନିଟ କାର୍ଯ୍ୟ ହୋଇଥିଲା କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ହୋଇପାରିଲା ନାହିଁ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। କେବଳ ଚଟାଣ କାର୍ଯ୍ୟ ବାକି ରହିଛି। ଭିତର ରତ୍ନଭଣ୍ଡାରରେ ୯ଟିଷ୍ଟେନଲେସ ବିମ ଲାଗି ସାରିଛି। ବାହାର ରତ୍ନଭଣ୍ଡାରର ପାଞ୍ଚଟି ଷ୍ଟେନଲେସ ବିମ୍ ଲାଗିବ। ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ। ମୋଟ ୨୭୭ ପଥର ସମୁଦାୟ ପରିବର୍ତ୍ତନ କରାଯାଇ ଲଗାଯାଇଛି। ୧୪୮ ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଛି। ଜୁନ୍ ୨୮ ରୁ ଜୁଲାଇ ୬ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ଅଧିକ ମରାମତି କାର୍ଯ୍ୟ କରାଯିବ।

