ସଂଚାର ବ୍ୟୁରୋ: ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନଙ୍କ ଅବସର ଘୋଷଣା । ଆନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରିଛନ୍ତି ଏହି ଧାକଡ ଓପନର। ଶିଖର ଧୱନଙ୍କ ୧୪ ବର୍ଷର କ୍ରିକେଟ୍ ଯାତ୍ରାରେ ଲାଗିଲା ବିରାମ। ସୋସିଆଲ ମିଡିଆରେ ଇମୋଶନାଲ ଭିଡିଓ ସେୟାର କରି ସନ୍ୟାସ ଘୋଷଣା କଲେ ମିଷ୍ଟର ଆଇସିସି। ସେ କହିଛନ୍ତି ଯେ, ମୋର କେବଳ ଏକ ମାତ୍ର ଲକ୍ଷ୍ୟ ଥିଲା ଭାରତ ପାଇଁ ଖେଳିବା ଏବଂ ତାହା ସତ ହେଲା ମଧ୍ୟ।
ଏଥିପାଇଁ ମୋ ପରିବାର, ମୋ ପିଲାଦିନର କୋଚ୍, ମୋ ଟିମ୍କୁ ଧନ୍ୟବାଦ। କ୍ରିକେଟରେ ମୋତେ ଆଉ ଏକ ପରିବାର, ନାଁ ଏବଂ ଆପଣ ସମସ୍ତଙ୍କ ଭଲପାଇବା ମିଳିଛି। ଏବେ ମୁଁ ମୋର କ୍ରିକେଟ ଯାତ୍ରାର ଏହି ଅଧ୍ୟାୟକୁ ସମାପ୍ତ କରୁଛି। ମୋ ସହ ଅସୁମାରୀ ସ୍ମୃତି ଏବଂ କୃତଜ୍ଞତା ନେଇ ଯାଉଛି। ନିଃସ୍ଵାର୍ଥପର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ।