ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପାହାଡ଼ରୁ ବଡ ଧରଣର ମାଓ କ୍ୟାମ୍ପ ଠାବ । ଗନ୍ଧମାର୍ଦନ ପାହାଡ଼ ଅନ୍ତର୍ଗତ ଖୁରିପାଣି ଗାଁ ନିକଟସ୍ଥ ଛତରତାଣ୍ଡି ସଂରକ୍ଷିତ ଜଙ୍ଗଲରେ ବଲାଙ୍ଗୀର ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ସହିତ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ ହୋଇଛି I ଛତରତାଣ୍ଡି ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ କମ୍ବିଂ ଅପରେଶନ ଆରମ୍ଭ କରିଥିଲା ପୋଲିସ I ବଲାଙ୍ଗୀର ଏସ୍ପିଙ୍କ ନେତୃତ୍ବରେ ସର୍ଚ୍ଚ ଅପରେଶନରେ ବଲାଙ୍ଗୀର ପୋଲିସ ଓ ୨ଟି ଡିଭିଏଫ୍ ଟିମ୍ ସର୍ଚ୍ଚ ସାମିଲ ହୋଇଥିଲେ I ସର୍ଚ୍ଚ ଅପରେସମ ବେଳେ ଜଙ୍ଗଲ ଭିତରେ ପୋଲିସ ମାଓବାଦୀ ମୁହାମୁହିଁ ହୋଇଥିଲେ I ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ I ବଲାଙ୍ଗୀର, ବରଗଡ଼, ମହାସମୁନ୍ଦ ମାଓ ଡିଭିଜନ ପକ୍ଷରୁ ମାଓ ସଂଗଠନକୁ ସୁଦୃଢ଼ କରିବା ପାଇଁ ଟପ କ୍ୟାଡର ୫ଜଣ ମାଓନେତା ଡେରା ପକାଇଥିଲେ I ସ୍ଥାନୀୟ ଲୋକଙ୍କୁ ମାଓ ସଙ୍ଗଠନରେ ସାମିଲ କରି ପୁଣି ବିବିଏମ୍ ଡିଭିଜନକୁ ସୁଦୃଢ଼ କରିବାକୁ ମାଓବା ଦୀମାନେ ଲକ୍ଷ୍ୟ ରଖି କ୍ୟାମ୍ପ ପକାଇଥିଲେ I ବିପୁଳ ପରିମାଣର ବିଷ୍ପୋରକ, ଆଇଡି, ଟିଫିନ୍ ବୋମା ସହ ବିଦ୍ୟୁତ ତାର ଡିଟୋନେଟର, ମାଓ ପୁସ୍ତିକା, ଡ୍ରେସ୍, ମାଓ ପୋଷ୍ଟର, ଟର୍ଚ୍ଚଲାଇଟ, ଗୁଳି, ଔଷଧ, ମୋବାଇଲ, ରେଡିଓ ସହ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ ହୋଇଛି I ବଡ଼ ଧରଣର ହିଂସାକାଣ୍ଡ ଯୋଜନା କରାଯାଉଥିବା ବେଳେ ପୋଲିସ ଠାବ କରି ପଣ୍ଡ କରିଛି I ମାଓ କ୍ୟାମ୍ପ ଠାବ ହୋଇଥିବା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ବଲାଙ୍ଗୀର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି I