ସଂଚାର ବ୍ୟୁରୋ: ଜଳେଶ୍ଵର SDPO ବ୍ରଜମୋହନ ପ୍ରଧାନଙ୍କ ଚିଠି । ସେ ଆତ୍ମହତ୍ୟା କରିବେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାରଙ୍କୁ ଲେଖିଛନ୍ତି ଚିଠି। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ବାଲେଶ୍ବର ଜିଲ୍ଲାପାଳ ଓ ଏସ୍ପି ମାନସିକ ନିର୍ଯ୍ୟାତନା ଦେଉଥିବାରୁ ଆତ୍ମହତ୍ୟା କରିବେ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସାମନାରେ ତାଙ୍କୁ ବହିଷ୍କାର କରିବାକୁ ମଧ୍ୟ ଧମକ ଦେଇଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିବେ ବୋଲି ଚିଠିରେ ଲେଖିଛନ୍ତି। ସୂଚନା ଅନୁସାରେ ବ୍ରଜମୋହନ ପ୍ରଧାନ ଏବେ ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।