ସଂଚାର ବ୍ୟୁରୋ: ପୁରୀ ଜିଲ୍ଲା ପିପିଲିରୁ ନର କଙ୍କାଳ ଉଦ୍ଧାର । ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡ଼େ ପଡିଛି ନର କଙ୍କାଳ । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବାଇପାସ ପେଟ୍ରୋଲ ପମ୍ପ ନିକଟରେ ପଡିଥିଲା ଖଣ୍ଡ ବିଖଣ୍ଡିତ ନର କଙ୍କାଳ । ଶରୀରର ବିଭିନ୍ନ ଅଙ୍ଗ ପଡ଼ଥିବା ଦେଖିବାକୁ ମିଳିଥିଲା । ଏକ ଅଖାରେ ଚପଲ ସହ କିଛି ସାମଗ୍ରୀ ପୋଲିସ ଜବତ କରି ତଦନ୍ତ କରୁଛି ।
