ସଂଚାର ବ୍ୟୁରୋ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଭଦ୍ରକ ସହରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଭଦ୍ରକ ଚରମ୍ପା ଠାରୁ ସାବରଙ୍ଗ ରାସ୍ତାର ୭ କିଲୋମିଟର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି। ସମାନ ଭାବେ ଚରମ୍ପା ପଥରଆଡ଼ି ରାସ୍ତା ପାର୍ଶ୍ବରେ ଅବରୋଧ ନାଳ ମଧ୍ୟ ଖୋଳା ଯାଇଛି । ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଭାରପ୍ରାପ୍ତ ତହସିଲଦାର ରଶ୍ମି ରଞ୍ଜନ ମଲ୍ଲିକ, ରେଭିନିୟୁ ସୁପରଭାଇଜର ଜ୍ୟୋତି ରଞ୍ଜନ ପଣ୍ଡା , ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ରାଜସ୍ବ ନିରୀକ୍ଷକ ଓ ବ୍ୟାପକ ପୋଲିସ ଉପସ୍ଥିତିରେ ଉଚ୍ଛେଦ ଚାଲିଛି। ତେବେ ଉଚ୍ଛେଦର ୩ ଦିନ ପୂର୍ବରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜବରଦଖଲକାରୀଙ୍କୁ ସୂଚନା ଦିଆଯାଇଥିବାର କହିଛନ୍ତି ଭଦ୍ରକ ବିଡ଼ିଓ।

