ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୁରକ୍ଷା କାରଣରୁ, ବିସିସିଆଇ ମେ 9 ରେ ଚଳିତ IPL ସିଜିନର ବାକି ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଏକ ବଡ଼ ଖବର ଆସୁଛି ଯେ ଦିଲ୍ଲୀ କ୍ରିକେଟ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦିଆଯିବାର ଧମକ ମିଳିଛି। ଡିଡିସିଏକୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ଭାରତୀୟ ସଶସ୍ତ୍ର ସେନା ଦ୍ୱାରା ପାକିସ୍ତାନ ବିରୁଦ୍ଧରେ କରାଯାଉଥିବା ଅପରେସନ ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମକୁ ଉଡ଼ାଇ ଦିଆଯିବ ବୋଲି ଧମକପୂର୍ଣ୍ଣ ଇମେଲ୍ ଶୁକ୍ରବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପାଇଛି।
ଡିଡିସିଏର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ସକାଳେ ଅରୁଣ ଜେଟଲି ଷ୍ଟାଡିୟମକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା ଏବଂ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି। ମେଲରେ ଲେଖା ଅଛି, ‘ତୁମର ଷ୍ଟାଡିୟମରେ ଏକ ବୋମା ଫୁଟିବ।’ ଆମ ପାଖରେ ଭାରତରେ ପାକିସ୍ତାନର ଏକ ପ୍ରତିବଦ୍ଧ ସ୍ଲିପର ସେଲ୍ ସକ୍ରିୟ ଅଛି। ଏହି ବିସ୍ଫୋରଣ ଅପରେସନ ସିନ୍ଦୂରର ପ୍ରତିଶୋଧ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ସ୍ଥାନରେ IPL 2025 ରେ ଦିଲ୍ଲୀ କ୍ୟାପିଟାଲ୍ସର ଘରୋଇ ମ୍ୟାଚ୍ ଆୟୋଜନ କରାଯାଇଥିଲା।
ସୀମାପାର ଉତ୍ତେଜନା ଯୋଗୁଁ, ବିସିସିଆଇ ଆଇପିଏଲ 2025କୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଛି। ଅରୁଣ ଜେଟଲି ଷ୍ଟାଡିୟମରେ ମଇ ୧୧ ତାରିଖରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ସିଜିନର ଶେଷ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବିସିସିଆଇର ନିଷ୍ପତ୍ତି ପରେ ଏହାକୁ ଏବେ ସ୍ଥଗିତ ରଖାଯାଇଛି। ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଧ୍ୟ ଇମେଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଥିଲା।