Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସୌର ଶକ୍ତିରେ ଚାଲିବ ରାଜଭବନ

Sanchar Live by Sanchar Live
May 4, 2025
in ଓଡିଶା
0
ସୌର ଶକ୍ତିରେ ଚାଲିବ ରାଜଭବନ
0
SHARES
7
VIEWS
FacebookTwitter

ଆଗାମୀ ଦିନରେ ସମ୍ପୂର୍ଣ୍ଣ ରାଜଭବନ ସୌର ଶକ୍ତିରେ ଚାଲିବ । ଜଳ ବିଦ୍ୟୁତ କିମ୍ବା ତାପଜ ବିଦ୍ୟୁତ ବ୍ୟବହାର କରାଯିବନି । ସେଥିପାଇଁ ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଖୁବ ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟ୍‌ ସ୍ଥାପିତ ହେବାକୁ ଯାଉଛି । ଫଳରେ ରାଜଭବନ ନେଟ୍‌ଜିରୋ ଶକ୍ତି (ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଦୂରୀକରଣ) କ୍ୟାମ୍ପସ୍‌ରେ ପରିଣତ ହେବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ରାଜଭବନର ନ୍ୟୁ ଅଭିଷେକ ହଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ କହିଛନ୍ତି, ରାଜଭବନରେ ସୌର ଶକ୍ତିର ବ୍ୟବହାର କରାଯିବା ସହ କେବଳ ବୈଦ୍ୟୁତିକ ଯାନ(ଇଭି) ବ୍ୟବହାର କରାଯିବ ।

ରାଜ୍ୟପାଳଙ୍କ କାର୍‌କେଡ୍‌ରେ କେବଳ ଇଭି ରହିବ । ସେଥିପାଇଁ ୪ଟି ନୂଆ ଇଭି କାର୍‌ ଓ ୭ଟି ଦୁଇ ଚକିଆ ଯାନ କିଣାଯାଇଛି । ଗତ ମାସ ଯାନ ବାବଦରେ ୪୫% ତୈଳ ଖର୍ଚ୍ଚ କମିଛି । ଏହାସହିତ ପ୍ରତି ମାସ ବିଜୁଳି ବିଲ୍‌ ବାବଦରେ ଖର୍ଚ୍ଚ ହେଉଥିବା ହାରାହାରି ୩ ଲକ୍ଷ ଟଙ୍କା ମଧ୍ୟ ଆଉ ଖର୍ଚ୍ଚ ହେବନି । ଫଳରେ ପରିବେଶ ସୁରକ୍ଷା ହେବା ସହିତ ପ୍ରଦୂଷଣ ହ୍ରାସ ହେବ । ତେବେ ରାଜଭବନରେ ସୌର ଶକ୍ତି ବ୍ୟବହାର କରାଯିବା ଭଳି ସମସ୍ତେ ନିଜ ଘରେ ସୌର ଶକ୍ତି ବ୍ୟବହାର କରନ୍ତୁ । ଇଭି ଚଲାଇବାକୁ ରାଜ୍ୟପାଳ ନିବେଦନ କରିଛନ୍ତି । ଏହାଦ୍ୱାରା ପରିବେଶ ସୁରକ୍ଷିତ ହେବା ସହ ଅଶୌଧିତ ତୈଳ ଆମଦାନୀ ହ୍ରାସ ପାଇବ ଏବଂ ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି । ସେହିପରି ରାଜ୍ୟବାସୀ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ନଳକୂଅ ପାଇଁ ସୌରଚାଳିତ ପମ୍ପ୍‌ସେଟ୍‌ ବ୍ୟବହାର କରନ୍ତୁ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସବସିଡିର ଲାଭ ନିଅନ୍ତୁ । ଏ ନେଇ କେନ୍ଦ୍ର ସରକାର ପ୍ରତି ପରିବାର ପାଇଁ ପ୍ରଥମ କିଲୋୱାଟ ପାଇଁ ୩୦ ହଜାର, ଦ୍ୱିତୀୟ କିଲୋୱାଟ୍‌ ପାଇଁ ୬୦ ହଜାର ଏବଂ ତୃତୀୟ କିଲୋୱାଟ ପାଇଁ ୧୮ ହଜାର ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରୁଛନ୍ତି ।

ଏହି ଆର୍ଥିକ ସହାୟତା ସର୍ବାଧିକ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ମିଳୁଛି । ଓଡ଼ିଶାରେ ଏହି ଯୋଜନା ପାଇଁ ପ୍ରତି ପରିବାରକୁ ପ୍ରଥମ କିଲୋୱାଟ ପାଇଁ ୨୫ ହଜାର, ଦ୍ୱିତୀୟ କିଲୋୱାଟ୍‌ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଏବଂ ତୃତୀୟ କିଲୋୱାଟ ପାଇଁ ୧୦ ହଜାର ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରୁଛନ୍ତି । ଯାହା ଦେଶରେ ଅନ୍ୟ କୌଣସି ରାଜ୍ୟରେ ହେଉନି । ତେଣୁ ଜଣେ ଉପଭୋକ୍ତା ୩ କିଲୋୱାଟ ସୌର ଶକ୍ତି ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବାଧିକ ୧ଲକ୍ଷ ୩୮ ହଜାର ପର୍ଯ୍ୟନ୍ତ ସବସିଡି ପାଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି । ସମସ୍ତେ ଇଭି ଯାନ ବ୍ୟବହାର କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ତେବେ ରାଜ୍ୟପାଳ ଏବେ ନୁହେଁ ୨୦୧୪ରେ ସାଂସଦ ଥିବା ବେଳେ ସଂସଦରେ ବଜେଟ୍‌ ଆଲୋଚନାରେ ଭାଗ ନେଇ ସ୍ଥାୟୀ ଶକ୍ତି ସମାଧାନ ପାଇଁ ଅକ୍ଷୟଶକ୍ତିର ବ୍ୟବହାର ନେଇ ପ୍ରସ୍ତାବ ଦେଇଥିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟକୁ ସମର୍ଥନ କରି ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜଭବନର ସୌର ଶକ୍ତି ବ୍ୟବହାର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍‌ ରାଜପୁତଙ୍କ ସମେତ ରାଜଭବନର ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ ।

Tags: odisharajabhawanSolar panel
ShareTweetShareSend
Sanchar Live

Sanchar Live

Next Post
ନିଜ ଜାଲରେ ନିଜେ ଫସିଲା ପାକିସ୍ତାନ!

ନିଜ ଜାଲରେ ନିଜେ ଫସିଲା ପାକିସ୍ତାନ!

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.