ସଂଚାର ବ୍ୟୁରୋ: ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦର ଆଡ୍ଡାସ୍ଥଳୀ ଠାବ ହେବା ପରେ ବଢିଛି ତାର ସୁରକ୍ଷା। ହାଫିଜର ଘରେ 24×7 ସୁରକ୍ଷା ଦିଆଯିବା ସହ ପାକିସ୍ତାନ ଆର୍ମଡ ଫୋର୍ସର ଯବାନଙ୍କୁ ମୁତୟନ କରାଯାଇଛି। ତାଙ୍କ ଘର ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସର୍ଭେଲାନ୍ସ ପଦକ୍ଷେପ ନିଆଯାଇଛି। ଲାହୋରର ମହଲା ଜୋହାର ସହରରେ ଅବସ୍ଥିତ ହାଫିଜର ଘରକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ହାଫିଜକୁ ସୁରକ୍ଷା ଦେବା ପାଇଁ ଲାଗି ପଡିଛନ୍ତି ପାକିସ୍ତାନୀ ଆର୍ମି, ଆଇଏସଆଇ ଓ ଲସ୍କର ନେତା। ଘର ଠାରୁ ୪ କିଲୋମିଟର ଦୂର ଯାଏ ଲାଗିଛି ହାଇରିଜଲୁସନ ସିସିଟିଭି। ପହଲଗାଓଁ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ହୋଇଥିବା ସୂଚନା ମିଳିଥିଲା। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ହାଫିଜ ସୟିଦ।