ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ ସସପେଣ୍ଡ। ଭାରତ ସରକାର ଆସିଫଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଛନ୍ତି। ପାକିସ୍ତାନର ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଗତକାଲି କଟକଣା ପରେ ଏହି ପଦକ୍ଷେପ ନିଆଯାଇଛି। ନିଜର ଏକ୍ସ ଆକାଉଣ୍ଟ ଜରିଆରେ ଆସିଫ ଭାରତକୁ ଟାର୍ଗେଟ କରୁଥିବାର ଅଭିଯୋଗ ହୋଇଥିଲା। ତା ସହିତ ସେ ଅଯଥାରେ ଉତ୍ତେଜକ ମନ୍ତବ୍ୟ ଦେଉଥିବାର, ସାଂପ୍ରଦାୟିକ ଓ ସମ୍ଵେଦନଶୀଳ ମନ୍ତବ୍ୟ ଦେବାର ଓ ଭୁଲ ସୂଚନା ଦେବାର ଅଭିଯୋଗ ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ଆସିଫଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଛନ୍ତି। ଗତକାଲି ବ୍ରିଟେନର ଏକ ନ୍ଯୁଜ ଚ୍ଯାନେଲକୁ ସାକ୍ଷାତକାର ଦେଇ ଆସିଫ କହିଥିଲେ, ୩୦ ବର୍ଷ ହେଲା ଆମେ ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ଆସିଛୁ। ସେମାନଙ୍କୁ ଟ୍ରେନିଂ ଦେଉଥିଲୁ। ସାହାଯ୍ୟ କରୁଥିଲୁ, ଏପରିକି ଆଶ୍ରୟ ବି ଦେଉଥିବାର ସାରା ବିଶ୍ଵ ଆଗରେ ମାନିଥିଲେ ଆସିଫ। … ଏହା ଆଗରୁ ଭାରତ ୧୬ଟି ପାକିସ୍ତାନୀ YouTube ଚ୍ୟାନେଲକୁ ବ୍ୟାନ କରିଥିଲେ। ଗୃହ ମନ୍ତ୍ରଣାଳୟର ସୁପାରିଶକୁ ଗ୍ରହଣ କରି ଡନ୍ ନ୍ୟୁଜ୍, ଏଆରୱାଇ ନ୍ୟୁଜ୍, ଜିଓ ନ୍ୟୁଜ୍, ସାମା ଟିଭି ଭଳି ପ୍ରମୁଖ ସଂସ୍ଥା ଏବଂ ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ସମେତ କେତେକ ପ୍ରଡ୍ୟୁସରଙ୍କ ୟୁଟ୍ଯୁବ ଚ୍ୟାନେଲକୁ ବ୍ୟାନ କରାଯାଇଥିଲା। ସେହିପରି ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟକୁ ମଧ୍ଯ ବ୍ଯାନ କରାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ସବୁ କଡ଼ା କୂଟନୈତିକ ପଦକ୍ଷେପ ସବୁ ନେଇଛି।