ସଂଚାର ବ୍ୟୁରୋ: ପହଲଗାଓଁ ଆତଙ୍କ ଆକ୍ରମଣ ପରେ ଭାରତ ନେଇଛି କଠୋର ପଦକ୍ଷେପ । ସିନ୍ଧୁ ଜଳ ଚୁକ୍ତିରୁ ଓହରିଆସିଛି ଭାରତ। ଫଳରେ ପାଣି ପାଇଁ ସମସ୍ୟାରେ ପଡ଼ିବ ପାକିସ୍ତାନ । ଭାରତର ଏଭଳି ପଦକ୍ଷେପରେ ପରୋକ୍ଷ ଜବାବ ଦେଇଛି ପାକିସ୍ତାନ ଗୁଇନ୍ଦା ବିଭାଗ। ଆତଙ୍କବାଦୀ ହାଫିଜ ସୟିଦର ଏକ ପୁରୁଣା ଭିଡିଓ ଭାଇରାଲ କରି ଦେଇଛି ପରୋକ୍ଷ ଧମକ । ପାଣି ବନ୍ଦ କଲେ ରକ୍ତନଦୀ ବହିବ ଧମକ ଦେଇଛି ହାଫିଜ ସୟିଦ । ଆତଙ୍କବାଦୀ ହାଫିଜର ଏହି ପୁରୁଣା ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରୁଛି ପାକିସ୍ତାନ ଗୁଇନ୍ଦା ବିଭାଗ।