ସଂଚାର ବ୍ୟୁରୋ: କେନ୍ଦୁଝର ଯୋଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକକୁ ଆଉ ଏକ ବାଇକ ଧକ୍କା ପରେ ମାଡିଗଲା ଅଜଣା ଟ୍ରକ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିଏଭି ପବ୍ଲିକ ସ୍କୁଲ ପାଖ ଫ୍ଲାଇଓଭର ନିକଟରେ ଘଟିଛି ଏ ଦୁର୍ଘଟଣା। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଯୋଡ଼ା ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।