ସଂଚାର ବ୍ୟୁରୋ: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ । ଅନ୍ଯ ୩ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏହି ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ସାଉନ୍ତଉପରେ ଗାଁରେ। ବାହାଘରକୁ ଆସି ଥିବା ବେଳେ ଘଟିଛି ଏଭଳି ଘଟଣା। ମୃତକ ବଲାଙ୍ଗୀର ସହରର। ତାଙ୍କ ନାଁ ପ୍ରିୟଦର୍ଶନ ଜେନା। ସୂଚନା ଅନୁସାରେ ପ୍ରଥମେ ଜଣେ ବୁଡ଼ି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ୩ ଜଣ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ବୁଡ଼ି ଯାଇଥିଲା। ଏ ବର୍ଷ ସେ +2 ପରୀକ୍ଷା ଦେଇଥିଲା। ବାପାମାଆଙ୍କ ଏକମାତ୍ର ପୁଅ ଥିଲେ ପ୍ରିୟଦର୍ଶନ।