ସଂଚାର ବ୍ୟୁରୋ: ବଲାଙ୍ଗୀର ସୁଦପଡା ଓଭରବ୍ରିଜ ନିକଟରେ ସିରିଜ ଦୁର୍ଘଟଣାI ଗାଡି ମଡାଇ ଦେଲା ମଦ୍ୟପ ହାଇଡ୍ରା ଡ୍ରାଇଭରI ନିଶା ସେବନ କରି ଗାଡି ଚାଳନା କରୁଥିବା ବେଳେ ଭାରସାମ୍ୟ ହରାଇ ଅଘଟଣ ଘଟାଇଥିବା ଜଣାପଡିଛି Iରାସ୍ତାକଡ଼ରେ ଥିବା ୧୦ରୁ ଅଧିକ ଗାଡି ଉପରେ ଚଢି ଯାଇଥିଲା ହାଇଡ୍ରା I ନିକଟରେ ଛିଡା ହୋଇ ଚା ପିଉଥିବା 3 ଜଣ ବ୍ୟକ୍ତିକୁ ଧକ୍କା ଦେଇଥିଲା। ସେମାନେ ସାମାନ୍ୟ ଆହାତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲାI ସ୍ଥାନୀୟ ଲୋକେ ହାଇଡ୍ରା ଡ୍ରାଇଭରକୁ ନିସ୍ତୁକ ମାଡ ମାରି ଟାଉନ୍ ଥାନା ପୋଲିସର ଜିମା ଦେଇଥିଲେI ଘଟଣାସ୍ଥଳରେ ବହୁ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା I ହାଇଡ୍ରାକୁ ଭଙ୍ଗାରୁଜା କରିଥିଲେ ଉତ୍ତ୍ଯକ୍ତ ଲୋକେI ପୋଲିସ ଉପସ୍ଥିତିରେ ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା I କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଲୋକେ ପାଟିତୁଣ୍ଡ କରିବା ସହ ପୋଲିସ ସହ ଯୁକ୍ତିତର୍କ କରିଥିଲେ I ୨ ଘଣ୍ଟା ଧରି ରଣକ୍ଷେତ୍ର ପାଳଟିଥିଲା ଘଟଣାସ୍ଥଳI ଗାଡି ମାଲିକ ଓ ଡ୍ରାଇଭରକୁ ଗିରଫ ସହ କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ଯକ୍ତ ଲୋକେ ଶାନ୍ତ ହୋଇ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେI ଟାଉନ୍ ଥାନା ପୋଲିସ ଡ୍ରାଇଭରକୁ ଗିରଫ କରିବା ସହ ହାଇଡ୍ରା ଜବତ କରିଛିI