ସଂଚାର ବ୍ୟୁରୋ: ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ଲଜ୍ଜା। ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ବରଡାପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଛାଡି ଦେଇ ପଳାଇଛନ୍ତି। ପରିବାର ଲୋକେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଥାନାରେ ଏତଲା ହୋଇନଥିଲେ ହେଁ ଖବର ପାଇ ହିନ୍ଦୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ହିନ୍ଦୋଳ ଥାନା ଅଞ୍ଚଳରେ ଗତକାଲି ୭ ବର୍ଷର ଜଣେ ନାବାଳିକା ଖେଳୁଥିଲା। ସେହି ସମୟରେ ନିକଟରେ ବେଆଇନ ମଦ ବିକ୍ରି ହେଉଥିବା ଏକ ଘରକୁ କିଛି ବାହାର ଅଞ୍ଚଳର ଲୋକ ଆସିଥିଲେ। ପିଲାଟିକୁ କିଛି ସମୟ ପରେ ପରିବାର ଲୋକ ନପାଇ ଖୋଜାଖୋଜି କରିଥିଲେ। ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳବରଡା ପତ୍ର ଘୋଡା ଅବସ୍ଥାରେ ଠାବ କରିଥିଲେ। ବାହାର ଅଞ୍ଚଳର କେହି ଦୁର୍ବୃତ୍ତ ନାବାଳିକାର ଏଭଳି ଅବସ୍ଥା କରିଥାଇ ପାରନ୍ତି ସନ୍ଦେହ କରାଯାଉଛି।