Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସମ୍ବଲପୁର ଜିଲ୍ଲାରେ କୃଷିଜାତ ଓ ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ ଉତ୍ପାଦନ ବୃଦ୍ଧି କରାଯିବ : ଧର୍ମେନ୍ଦ୍ର ପ୍ରଧାନ

Sanchar Live by Sanchar Live
April 14, 2025
in ଓଡିଶା
0
ସମ୍ବଲପୁର ଜିଲ୍ଲାରେ କୃଷିଜାତ ଓ ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ ଉତ୍ପାଦନ ବୃଦ୍ଧି କରାଯିବ : ଧର୍ମେନ୍ଦ୍ର ପ୍ରଧାନ
0
SHARES
9
VIEWS
FacebookTwitter

ସମ୍ବଲପୁର ଜିଲ୍ଲାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବ । ବିଶେଷ ଭାବରେ ଏହି ୪ଟି କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଚାଷୀମାନଙ୍କ ଜୀବନଜୀବିକାରେ ସୁଧାର ଅଣାଯିବ । ଏହା ଦ୍ୱାରା ‘ବିକଶିତ ସମ୍ବଲପୁର’ର ସ୍ୱପ୍ନ ସାକାର ହୋଇପାରିବ।  ସୋମବାର ସମ୍ବଲପୁର ଜୁଜୁମୁରା ବ୍ଲକ ସନାତନପାଲି ଠାରେ ‘ପୁଷ୍ପ କୃଷି ମେଳା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ଶ୍ରୀ ପ୍ରଧାନ ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭାରତ ସରକାରଙ୍କ ସିଏସଆଇଆର୍- ଏନବିଆରଆଇ, ଲକ୍ଷ୍ନୌ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ନିର୍ମିତ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ ବଗିଚା ପରିଦର୍ଶନ କରିଥିଲେ । ପରେ ଆୟୋଜିତ ପୁଷ୍ପ କୃଷି ମେଳାରେ ଯୋଗଦେବା ସହ ଗ୍ରାମର ବିଭିନ୍ନ ଚାଷୀଙ୍କୁ ଚାରା ବଣ୍ଟନ କରିଥିଲେ ଏବଂ ଫୁଲ ବ୍ୟବସାୟ ଉପରେ ସ୍ଥାନୀୟ ଯୁବ ଚାଷୀ ପ୍ରମୋଦଙ୍କ ସହ କଥା ହୋଇଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଏକ ଚାଷୀ ଅଞ୍ଚଳ । କୃଷି ହେଉଛି ଏ ଅଞ୍ଚଳର ଅର୍ଥନୀତି । କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ସନାତନପାଲିର ଚାଷୀ ଭାଇମାନେ ଫୁଲ ଚାଷ କରି ଲାଭବାନ ହେବା ସହ ଅନ୍ୟମାନଙ୍କୁ ଫୁଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ପ୍ରଶଂସନୀୟ । ସମ୍ବଲପୁର ଜିଲ୍ଲାରେ ଏଭଳି ଉଦ୍ୟମ ଫୁଲ ଚାଷ କ୍ଷେତ୍ରରେ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବା ସହ ଫୁଲଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବ । ଆଗାମୀ ଦିନରେ ଏହି ପଦକ୍ଷେପ ସମ୍ବଲପୁରର ବଜାର ଭିତ୍ତିଭୂମିକୁ ନୂଆ ରୂପ ଦେବ । ସ୍ଥାନୀୟ ଅଞ୍ଚଳର ପରିଚୟ ବଢିବା ସହ ଆମ ଚାଷୀଭାଇମାନେ ବିଶେଷ ଭାବରେ ଲାଭବାନ ହେବେ । ଚାଷୀମାନଙ୍କ ଆୟ ଦୁଇ ଗୁଣା ବୃଦ୍ଧି ହେବା ସହ ସେମାନେ ଆତ୍ମନିର୍ଭର ହେବେ ।

ଡବଲ ଇଞ୍ଜିନ ସରକାରରେ ସମ୍ବଲପୁରକୁ ଫୁଲଚାଷର ପେଣ୍ଠସ୍ଥଳୀ କରିବା ପାଇଁ ଉଦ୍ୟମ କରାଯିବ । କେବଳ ଶୀତ ଦିନ ନୁହେଁ ଏଣିକି ପ୍ରତି ୪ ମାସରେ ଥରେ ବର୍ଷ ସାରା ଫୁଲ ଉତ୍ପାଦନ ହେବ । ଫୁଲଚାଷରେ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ଏକର ପିଛା ଲକ୍ଷେ ଟଙ୍କାରୁ ଅଧିକ ଦରରେ ଏହି ଫୁଲ ବିକ୍ରି ହେବ । ଏହା ଦ୍ୱାରା ଆମର ଚାଷୀମାନଙ୍କ ଜୀବନଜୀବିକାରେ ଉନ୍ନତି ହେବ । ସେ ଆହୁରି କହିଥିଲେ ଯେ ଆଜି ଦେଶ ଓ ରାଜ୍ୟରେ ଏକ କଲ୍ୟାଣକାରୀ ସରକାର ଅଛି । ମୋଦୀ ଗ୍ୟାରେଣ୍ଚିରେ ଓଡ଼ିଶାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଶୁଭାରମ୍ଭ ହୋଇଛି । ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ହୋଇଛି । କୃଷିଭିତ୍ତିକ ଜିଲ୍ଲା ସମ୍ବଲପୁରରେ କୃଷିର ବିକାଶ ସହ ଏହାକୁ କୃଷିଭିତ୍ତିକ ଅର୍ଥନୀତିରେ ପରିଣତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Tags: Dharmendrapradhansambalpur
ShareTweetShareSend
Sanchar Live

Sanchar Live

Next Post
କଂଗ୍ରେସ ଭବନରେ ମିଶ୍ରଣ ପର୍ବ

କଂଗ୍ରେସ ଭବନରେ ମିଶ୍ରଣ ପର୍ବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.