ବଲୁଚିସ୍ତାନରେ ବଢୁଛି ପାକିସ୍ତାନର ଅତ୍ୟାଚାର। ମାନବିକ ଅଧିକାରର କରାଯାଉଛି ବ୍ଯାପକ ଉଲ୍ଲଂଘନ। ଲୋକଙ୍କୁ ବିନା କାରଣରେ ଗିରଫ କରାଯାଇ ନିର୍ଯାତନା ଦିଆଯାଉଛି। ଅମାନୁଷିକ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କାନାଡାରେ ବସବାସ କରୁଥିବା ବଲୁଚିସ୍ତାନ ନାଗରିକ। ଟରଣ୍ଟୋରେ ଆୟୋଜିତ ବିକ୍ଷୋଭ ସମାବେଶରେ ସେମାନେ କହିଛନ୍ତି- ପାକିସ୍ତାନ ସେନା ମାନବିକ ଅଧିକାରର ବ୍ୟପାକ ଉଲ୍ଲଂଘନ କରୁଛି। ଏଥିଲାଗି କାନାଡା, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାତିସଂଘ, ୟୁରୋପିଆନ ୟୁନିଅନ ହସ୍ତକ୍ଷେପ କରନ୍ତୁ। ଏହା ସହ ଏହି ମାମଲାର ବିଚାର କରୁ ଅନ୍ତର୍ଜାତିକ ନ୍ୟାୟାଳୟ। ଗତ କିଛି ବର୍ଷ ଧରି ବଲୁଚିସ୍ତାନରେ ପାକିସ୍ତାନ ଆର୍ମି ପକ୍ଷରୁ ବଲୁଚିସ୍ତାନରେ ବ୍ଯାପକ ଦମନଲୀଳା ଚାଲିଥିବା ସୂଚନା ମିଳିଛି।