ସଂଚାର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଚଇତି ପର୍ବ ମହାଆଡ଼ମ୍ବରରେ ପାଳିତ ହେଉଛି। ଆଜି ହେଉଛି ଚଇତି ପର୍ବର ପଞ୍ଚମ ଦିବସ । ସାତଦିନ ଦିନ ବ୍ୟାପି ପାଳିତ ଏହି ପର୍ବରେ ମା’ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଚଇତିରେ ମାଙ୍କ ସୁନାବେଶକୁ ଦର୍ଶନ କରିବା ସହ ମାଙ୍କ ସାନିଧ୍ୟ ଲାଭ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି ।