Tuesday, February 24, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମୋର କୌଣସି  ସମ୍ପୃକ୍ତି ନାହିଁ : ପୁଞ୍ଜିଲାଲ ମେହେର

Sanchar Live by Sanchar Live
April 4, 2025
in ଓଡିଶା
0
ମୋର କୌଣସି  ସମ୍ପୃକ୍ତି ନାହିଁ : ପୁଞ୍ଜିଲାଲ ମେହେର
0
SHARES
22
VIEWS
FacebookTwitter

ବହୁଚର୍ଚ୍ଚିତ  ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ  ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ  ମେହେର ଗୁରୁବାର ଅତିରିକ୍ତ ଜିଲ୍ଲା  ଦୌରାଜଜ୍‌ଙ୍କ କୋର୍ଟରେ ନିଜ ପକ୍ଷ ରଖିଛନ୍ତି । ପାର୍ସଲବୋମା ବିସ୍ଫୋରଣ ମାମଲାରେ ତାଙ୍କର କୌଣସି  ସମ୍ପୃକ୍ତି ନାହିଁ ବୋଲି ସେ ପକ୍ଷ ରଖି  କହିଛନ୍ତି । ପାର୍ସଲବୋମା ବିସ୍ଫୋରଣ ମାମଲାକୁ ନେଇ ପୁଞ୍ଜିଲାଲଙ୍କ ନାମରେ  ଯାହାସବୁ ଅଭିଯୋଗ ରହିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏ ସମ୍ପର୍କିତ ସମସ୍ତ  ତଥ୍ୟ ଓ ପ୍ରମାଣ ପୁଞ୍ଜିଲାଲ କୋର୍ଟଙ୍କୁ ଜଣାଇଥିବା ତାଙ୍କ ଓକିଲ ପ୍ରମୋଦ  ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୁଞ୍ଜିଲାଲ ନିଜର ପରିତ୍ରାଣ ସାକ୍ଷ୍ୟ ଦେଇଥିବାବେଳେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ସମୟରେ  ମାମଲାରେ କୌଣସି ସମ୍ପୃକ୍ତି ନ ଥିବା ନେଇ ପୁଞ୍ଜିଲାଲ୍‌ କୋର୍ଟକୁ ଜଣାଇଥିଲେ ବୋଲି ସରକାରୀ ଓକିଲ ଆଶିଷ ଚନ୍ଦନ ପ୍ରକାଶ କରିଛନ୍ତି । ଉକ୍ତ ମାମଲାରେ ଗତ ମାର୍ଚ୍ଚ ୪ରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ  କୋର୍ଟରେ ପୁଞ୍ଜିଲାଲଙ୍କ ବୟାନ  ରେକର୍ଡ କରାଯାଇଥିଲା । ସେହିଦିନ  କୋର୍ଟ ତାଙ୍କୁ ପରିତ୍ରାଣ ସାକ୍ଷୀ ଦେବାକୁ ଇଚ୍ଛୁକ କି ବୋଲି ପଚାରିଥିଲେ । ସେ ସହମତି ଜଣାଇବା ପରେ କୋର୍ଟ ପକ୍ଷରୁ ଏଥିଲାଗି ଏପ୍ରିଲ ୩ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏନେଇ ପୁଞ୍ଜିଲାଲଙ୍କ ଓକିଲ କୋର୍ଟକୁ ଏକ ପିଟିସନ ମଧ୍ୟ ଦେଇଥିଲେ । ସେହି ଆଧାରରେ ପରିତ୍ରାଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

ଏଥିପାଇଁ ପୁଞ୍ଜିଲାଲକୁ ବଲାଙ୍ଗିର ମୁଖ୍ୟ କାରାଗାରରୁ କଡ଼ା ସୁରକ୍ଷା ବଳୟରେ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଆସନ୍ତା ୧୬ ତାରିଖରେ ପୁଞ୍ଜିଲାଲ  ପୁଣି ପରିତ୍ରାଣ ସାକ୍ଷ୍ୟ ଦେବେ  ବୋଲି କୋର୍ଟ ପକ୍ଷରୁ ତାରିଖ ଧାର୍ଯ୍ୟ  କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୮  ଫେବ୍ରୁଆରୀ ୨୩ରେ ପାଟଣାଗଡ଼  ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ  ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ  ମୃତ୍ୟୁ ଘଟିଥିଲା । ସୌମ୍ୟଶେଖରଙ୍କ  ସ୍ତ୍ରୀ ରିମାରାଣୀ ଗୁରୁତର ହୋଇ  ଦୀର୍ଘଦିନ ଧରି ଡାକ୍ତରଖାନାରେ  ଚିକିତ୍ସିତ ହୋଇଥିଲେ ।କ୍ରାଇମବ୍ରାଞ୍ଚ  ତଦନ୍ତ କରି ଭଇଁଷା କଲେଜର  ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ  ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର  ଅଭିଯୁକ୍ତ ଭାବେ ଗିରଫ କରିଥିଲା ।

Tags: parshal bom casePatnagarhpunjila meher
ShareTweetShareSend
Sanchar Live

Sanchar Live

Next Post
ମହମ୍ମଦ ୟୁନୁସ-ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା

ମହମ୍ମଦ ୟୁନୁସ-ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଦଣ୍ଡନାଚରେ ଅଶ୍ଳୀଳତାକୁ ନା
  • ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ଆଜି ଏହି ରାଶିକୁ ମିଳିବ ଖୁସି ଖବର
  • ବେଦାନ୍ତ ଆଲୁମିନିୟମର ଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ରାୟଗଡ଼ା ଏବଂ କଳାହାଣ୍ଡିରେ ଶିକ୍ଷାଦାନକୁ ସ୍ମାର୍ଟ କରିଛି
  • କେନ୍ଦ୍ରାପଡ଼ାରେ ଲଜ୍ଜା, ପୁଣି ଗୁରୁ ନାଁରେ କଳଙ୍କ !

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.