ସଂଚାର ବ୍ୟୁରୋ: ନ୍ୟୁକ୍ଲିୟର ଡିଲ ନେଇ ଇରାନକୁ ଆମେରିକା ରାଷ୍ଚ୍ରପତି ଟ୍ରମ୍ପଙ୍କ ଧମକ। ଇରାନର ଆଣବିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିରୋଧରେ ଚେତାବନୀ ଦେଇଛି ଆମେରିକା। ଇରାନର କ୍ଷେପଣାସ୍ତ୍ର ପରୀକ୍ଷା, ଆତଙ୍କବାଦୀ ସମୂହକୁ ସହାୟତା ଓ ମଧ୍ୟପ୍ରାଚ୍ୟ ଦେଶସମୂହରେ ଅସ୍ଥିରତା ସୃଷ୍ଟି କରିବା ପାଇଁ କାର୍ଯ୍ୟକଳାପକୁ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଯଦି ଇରାନରେ ସକ୍ରିୟ ଆତଙ୍କୀ ଆକ୍ରମଣକାରୀ କାର୍ଯ୍ୟକଳାପ ଜାରି ରଖନ୍ତି ତାହେଲେ ସୈନ୍ୟ ମୁତୟନ ବୃଦ୍ଧି କରାଯିବା ସହ ଇରାନ ଉପରେ ଆର୍ଥିକ କଟକଣା ଲାଗୁ କରାଯିବ। ଇରାନର ମିସାଇଲ ଜ୍ଞାନକୌଶଳ ଏବଂ ସୈନ୍ୟଙ୍କୁ ସାମର୍ଥ୍ୟ ବିରୋଧରେ ନଜର ରଖିଛି ଆମେରିକା। ସେପଟେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକକୁ ନେଇ ଜବାବ ରଖିଛନ୍ତି ଇରାନର ସୁପ୍ରିମ ଲିଡର ଖେମିନି।ଇରାନର ଆଭ୍ୟନ୍ତରୀଣ ବ୍ଯାପାରରେ କୌଣସି ବାହ୍ୟ ହସ୍ତକ୍ଷେପକୁ ସହ୍ୟ କରିବେ ନାହିଁ ବୋଲି କହିଛନ୍ତି ଆୟାତୋଲ୍ଲା ଖେମିନି। ନିଜର ରାଷ୍ଟ୍ରୀୟ ସ୍ୱାଧୀନତା ଓ ସୈନ୍ୟକ ଶକ୍ତିକୁ ସେମାନେ ସୁରକ୍ଷା ଦେବେ।ଇସ୍ରାଏଲ ଏବଂ ଅନ୍ୟ ମିତ୍ର ଦେଶମାନଙ୍କ ସହ ଇରାନର କ୍ଷେପଣାସ୍ତ୍ର ଏବଂ ଆତଙ୍କବାଦୀ କାର୍ୟକଳାପକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ। ଆମେରିକାର ଧମକକୁ ନେଇ ସଜାଗ ରହିଛି ଇରାନ। ରକ୍ଷଣାତ୍ମକ ବ୍ୟବସ୍ଥାକୁ ମଜଭୁତ କରିବା ସହ ମିସାଇଲ ଓ ଏୟାର ଡିଫେନ୍ସ ସିସ୍ଟମଗୁଡିକୁ ପ୍ରସ୍ତୁତ କରି ରଖିଛି। ଇରାନ ଯୁଦ୍ଧ ଚାହୁଁ ନଥିବା କହିଛି କିନ୍ତୁ ଯଦି କେହି ଧମକ ଦିଅନ୍ତି କିମ୍ବା ଆକ୍ରମଣ କରନ୍ତି ତେବେ ସେମାନେ ଦୃଢତାର ସହ ଏହାର ଜବାବ ଦେବେ।ଇରାନ ଏବଂ ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତିରୁ ମଧ୍ୟପ୍ରାଚ୍ୟ ଅଂଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କୌଣସି ମୁହୂର୍ତ୍ତରେ ବଡ଼ ଧରଣର ସଂଘର୍ଷର ସମ୍ଭାବନା ରହିଛି।