ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର। ଦୀର୍ଘ ୧ମାସ ଧରି ରୋଜା ଅର୍ଥାତ ଉପବାସ ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ନିରାଡମ୍ବର ଭାବେ ଏହି ପର୍ବକୁ ପାଳନ କରୁଛନ୍ତି। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି। ଖୁସିରେ ଆଳିଙ୍ଗନ କରି କହିବେ ଇଦ ମୁବାରକ୍। କରୋନା ପାଇଁ ଚଳିତ ବର୍ଷ ଫିକା ପଡିଛି ପର୍ବ। ଚାରିଆଡ଼େ ମହାମାରୀ କରୋନାର ପ୍ରକୋପ ଆଉ କଟକଣା । ସମୂହ ନମାଜ ପାଠ ତ ଦୂରର କଥା କେହି ଘରୁ ବାହାରିପାରିବେ ନାହିଁ। ଘରେ ରହି ନମାଜ ପାଠ କରିବେ। ଡିଜିଟାଲ୍ ମାଧ୍ୟମରେ ମୋବାଇଲ୍ ଓ ଇଣ୍ଟେରନେଟ୍ ମାଧ୍ୟମରେ ଇଦ୍ ଶୁଭେଚ୍ଛା ଜଣାଇବେ।
ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି। ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏକ ସୁଯୋଗ ଦେଇଥାଏ।