ଗଞ୍ଜେଇ ଚରାଭୂଇଁର ହବ ପାଲଟିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ। ମହାଡିମ୍ବି ଜଙ୍ଗଲରୁ ୩ କୁଇଣ୍ଟାଲ ୮୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟି ୮୫ ଲକ୍ଷରୁ ଉର୍ଦ୍ଧ ହେବ। ଗତକାଲି କେନ୍ଦୁଗୁଡ଼ା ବନାଞ୍ଚଳ ମହାଡିମ୍ବି ଜଙ୍ଗଲରେ ୧୩ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ଚୋରାଚାଲାଣ ପୂର୍ବରୁ ଜବତ କରିଥିଲା ପୋଲିସ। ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବାରୁ ଆଗାମୀ ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି। ଏହି ଗଂଞ୍ଜେଇ ଜବତ ଘଟଣାରେ କାହାର ସଂମ୍ପୃକ୍ତି ରହିଛି ତାର ଖୋଳତାଡ ଚାଲିଛି।