ସଂଚାର ବ୍ୟୁରୋ: ପୋଲିସ ସହ ଲୁଚକାଳି ଖେଳୁଥିବା ଅପରାଧୀଙ୍କ ବିରୋଧରେ ଲାଗିଲା ଲଟକା । ନୋଟିସ ବା ସମନ ପାଇ ହାଜର ହେଉନଥିବା ଦାଗୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଭୁବନେଶ୍ବର ଖଣ୍ଡଗିରି ଥାନା ଅଧିନ ଜାଗମରାର ଅଭିଯୁକ୍ତ ବିମଳ ପଟ୍ଟନାୟକଙ୍କ ଘର ସାମ୍ନାରେ ଡେଙ୍ଗୁରା ବାଜିବା ସହ ଲଟକା ଲାଗିଛି । ଅଭିଯୁକ୍ତମାନେ ହାଜର ନହେଲେ ସେମାନଙ୍କ ସ୍ଥାବର, ଆସ୍ଥାବର ସମ୍ପତି ବ୍ୟଜାପ୍ତି ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଆଗକୁ ଏହାକୁ ସମସ୍ତ ଥାନା ଅଞ୍ଚଳରେ ଥିବା ଦାଗୀଙ୍କ ବିରୋଧରେ ଲଟକା ଜାରି କରିବାକୁ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି ।.