ଓଡ଼ିଶାରେ ସଶକ୍ତ ଗୋରକ୍ଷା ଆଇନ ପ୍ରଣୟନ ପାଇଁ ଅଣ୍ଟା ଭିଡିଲା ବିଶ୍ଵ ହିନ୍ଦୁ ପରିଷଦ l ୨୧ ମାର୍ଚ୍ଚରେ ଗୋରକ୍ଷାକୁ ନେଇ ହେବ ମହା ସମାବେଶ l ଭୁବନେଶ୍ବରରେ ଏକ ହୋଟେଲରେ ସାମ୍ବାଦିକ ସମିଳନୀରେ ସୂଚନା ଦେଇଚି ସଙ୍ଘଗଠନ l ମହାରାଷ୍ଟ୍ର ସରକାରଙ୍କ ପରି ରାଜ୍ୟରେ ଗୋ ମାତାଙ୍କୁ ରାଜ୍ୟର ମାତାର ମାନ୍ୟତା ପ୍ରଦାନ କରିବା ନେଇ ସଂଗଠନ ତରଫରୁ ରାଜ୍ୟସରକାରଙ୍କ ପାଖରେ ଦାବି ରଖାଯାଇଛି । ଗୋ ହତ୍ୟା, ଗୋ ଚାଲାଣ, ଗୋ ମାଂସ ଚାଲାଣ ଉପରେ ଅଙ୍କୁଶ ସହିତ ଏହି ରାକେଟରେ ନିଯୋଜିତ ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ସଂଘ l ସେପଟେ ଗୋ ଆଇନକୁ କଠୋର ଭାବରେ ଲାଗୁ କରିବା ପାଇଁ ଦାବି କରିଛି ସଂଘ l