ସଂଚାର ବ୍ୟୁରୋ: ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଭେଟିଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟିର ଏକ ପ୍ରତିନିଧି ଦଳ । ପୋଲାଭରମ ବହୁମୁଖୀ ଜଳ ପ୍ରକଳ୍ପ ସହିତ ପୂର୍ବତଟ ରେଳପଥକୁ ବିକଳାଙ୍ଗ କରିବା ଚକ୍ରାନ୍ତ ବନ୍ଦ କରିବା ଓ ସ୍ମାର୍ଟ ମିଟର ମାଧ୍ୟମରେ ଓଡିଶାବାସୀଙ୍କୁ ଲୁଟିବା ପ୍ରୟାସକୁ ବନ୍ଦ କରିବା ଦାବିରେ ମନୋଜ ଆହୁଜାଙ୍କୁ ଭେଟିଛି ସଂଘ l ରାଜ୍ୟର ସ୍ୱାର୍ଥ ପାଇଁ ସବୁବେଳେ କମ୍ୟୁନିଷ୍ଟ ପାର୍ଟି ଲଢେଇ ଜାରି ରଖିଛି । ଆନ୍ଦୋଳନ ହେଉ କି ଆଲୋଚନା ମାଧ୍ୟମରେ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଥାଏ କମ୍ୟୁନିଷ୍ଟ ପାର୍ଟି । ଆଜିବି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସରକାରଙ୍କ ପାଖରେ ଦାବି ରଖିଛି ସଂଘ l ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶାର ମାଲାକନଗିରି ଜିଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ l ଆଦିବାଶୀ ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ତୁରନ୍ତ ରାଜ୍ୟ ବାସୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଚି ସଂଘ l.