ଭୁବନେଶ୍ୱର : ରାଜଧାନୀ ଡବଲ ମର୍ଡର ଘଟଣାରେ ୬ ଗିରଫ । ପ୍ରେସମିଟରେ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା । ଭୁବନେଶ୍ବର ସମେଇଗଡ଼ିଆ ଅଞ୍ଚଳର ଆୟୁଷ୍ମାନ ପତି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓରଫ ମିଲୁ ସହ ପଦ୍ମନାଭ ବେହେରା, ପ୍ରଶାନ୍ତ ବେହେରା, ଡ୍ରାଇଭରକୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ପିପିଲି ଅଞ୍ଚଳରୁ ଗିରଫ କରାଯାଇଛି ।
ପୋଲିସ ଗିରଫ ଭୟରେ ଡିମିରି ଫଳ ଖାଇ ଦେଇଥିଲା ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ତନ୍ମୟ ନାଁରେ ଦୁଇଟି ମାମଲା ରହିଥିବା ବେଳେ ତା ଭାଇ ପଦ୍ମନାଭ ବେହେରା ନାଁରେ ମଧ୍ୟ ମାମଲା ରହିଛି। କଥା କଟାକଟି ବଚସାରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସହିଦ ନଗର ଥାନା ହତ୍ୟା ମାମଲାରେ ବାନା ଗୁଣି, ପିଙ୍କୁ ଗୁଣି ଓ ଜଣେ ନାବାଳକ ରହିଥିବା ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତ ସହିଦ ନଗର ଶାନ୍ତି ପଲ୍ଲୀ ଅଞ୍ଚଳର। ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ବାନା ଗୁଣି ସହ ନାବାଳକକୁ ଗିରଫ କରାଯାଇଛି। ବାନା ଗୁଣି ଓ ପିଙ୍କୁ ଗୁଣି ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି।