ନବରଙ୍ଗପୁର ଜିଲ୍ଲା ଝରୀଗାଁ ରୋଡ୍ ସ୍ଥିତ ଆଦିବାସୀ ଉନ୍ନୟନ ବିଭାଗ ଅଧିନରେ ଥିବା ଅନ୍ଵେଷା ହଷ୍ଟେଲକୁ ଆଦିବାସୀ ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପରିଦର୍ଶନ ।
ଅଚାନକ ପରିଦର୍ଶନ କରି ସ୍ଥିତି ପରଖିଥିଲେ । ପ୍ରଥମେ ପିଲାଙ୍କ ଖାଦ୍ୟର ମାନ ପରୀକ୍ଷା କରିବା ସହ ପିଲାଙ୍କ ଖାଇବା ଦେଖିଥିଲେ ମନ୍ତ୍ରୀ । ଖାଦ୍ୟର ମାନ ଓ ପାଣିଆ ତରକାରୀକୁ ଦେଖି ବିରକ୍ତି ପ୍ରକାଶ କରିବା ସହିତ ହଷ୍ଟେଲ ପରିସର ସଫାସୁତର ରଖିବାକୁ ତାଗିଦ କରିଛନ୍ତି । ସେହିଭଳି ହଷ୍ଟେଲ ପିଲାଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ହଷ୍ଟେଲରେ ରହୁଥିବା ଗୁରୁକୃପା ଶିକ୍ଷାନୁଷ୍ଠାନ ୩୫୮ଜଣ ଛାତ୍ରଛାତ୍ରୀଙ୍କୁ ଗତ ଶିକ୍ଷା ବର୍ଷଠାରୁ ୟୁନିଫର୍ମ ଓ ଜୋତା ମିଳିନାହିଁ ବୋଲି ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି । ଘରୋଇ ଶିକ୍ଷା ଅନୁଷ୍ଠାନର ଅଧିକାରୀଙ୍କୁ ଡ୍ରେସ ଯୋଗାଇ ଦେବାକୁ ତାଗିଦ କରିଛନ୍ତି । ହଷ୍ଟେଲ ପିଲାଙ୍କ ପ୍ରତି ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବବେଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅନ୍ୟ ପକ୍ଷରେ ଗୁରୁକୃପା ଶିକ୍ଷାନୁଷ୍ଠାନକୁ ପରିଚାଳନା ଖର୍ଚ୍ଚ ପାଇଁ ପ୍ରତି ପିଲା ପ୍ରତି ବର୍ଷାକୁ ୬୨୦୦ ଟଙ୍କା ସରକାର ବହନ କରୁଛନ୍ତି । କିନ୍ତୁ ପରିଚାଳନା ଠିକ୍ ଭାବରେ ହେଉ ନଥିବାରୁ ପିଲାମାନେ ପୋଷାକ ଓ ଜୋତା ପାଇବାରୁ ବଞ୍ଚିତ ହେଉଛନ୍ତି ।