ରାଜ୍ୟସଭାରେ ନୂଆ ଶିକ୍ଷା ନୀତି ପ୍ରସଙ୍ଗରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ମନ୍ତବ୍ୟକୁ ନେଇ ଝଡ଼। ଖଡଗେଙ୍କ ମନ୍ତବ୍ୟକୁ ବିଜେପି ସାଂସଦ ତୀବ୍ର ବିରୋଧ କରିବା ପରେ ସେ କହିଛନ୍ତି- ସରକାରଙ୍କ ନୀତିକୁ ସେ ସମାଲୋଚନା କରିଛନ୍ତି। ଏପରିକି ତାଙ୍କ ମନ୍ତବ୍ୟ ଲାଗି ସେ କ୍ଷମାପ୍ରାର୍ଥନା କରିବା ପରେ ରାଜ୍ୟସଭା ରେକର୍ଡରୁ ସେହି ମନ୍ତବ୍ୟକୁ ବାଦ୍ ଦିଆଯାଇଛି। ନୂଆ ଶିକ୍ଷାନୀତି ଅନୁସାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ଖଡଗେ ତୀବ୍ର ବିରୋଧ କରିବା ସହ ଦେଶର ଗୋଟିଏ ଭାଗ ଲୋକଙ୍କ ସ୍ବାଭିମାନ ଉପରେ ଆଞ୍ଚ ଆଣିଛି ବୋଲି କହିଥିଲେ। ଦେଶକୁ ଭାଗ ଭାଗ କରିବା ଲାଗି ଚେଷ୍ଟା କରାଯାଉଛି ବୋଲି କହିଥିଲେ ଖଡଗେ। ସେପଟେ ଆଞ୍ଚଳିକ ଭାଷାକୁ ଉପେକ୍ଷା କରାଯାଇ ହିନ୍ଦୀ ଭାଷାକୁ ଲଦି ଦିଆଯାଉଛି ବୋଲି କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

