ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ୍ ଘଟଣା । ପର୍ଦ୍ଦାଫାସ କଲା ପୋଲିସ୍ । ଘଟଣାର ମାଷ୍ଟରମାଇଣ୍ଡ ଥିଲା ଗାଡ଼ି ଡ୍ରାଇଭର । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ଘୁନସର ଗାଁର କଲେଜ ରାସ୍ତାରେ ଗତ ୮ ତାରିଖ ସଂଧ୍ଯାରେ ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ ଦୁର୍ବୃତ୍ତ । ପାଣ୍ଡବ ପ୍ରଧାନ ଓ ତାଙ୍କ ସ୍ତ୍ରୀ ବାହାଘର ସାରି ନିଜ ଗାଁକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ଆସି ଗାଡି ଅଟକାଇ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ । ଏନେଇ ସଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ ଦମ୍ପତି । ତେବେ ବାହାଘରକୁ ଯେଉଁ ଗାଡି ଭଡାନେଇ ଯାଇଥିଲେ, ସେହି ଗାଡିର ଡ୍ରାଇଭର ହିଁ ଥିଲା ଏହି ଲୁଟ ଘଟଣାର ମାଷ୍ଟର ମାଇଣ୍ଡ । ନିଜ ସାଙ୍ଗ ମାନଙ୍କ ସହ ମିଶି କରିଥିଲା ଲୁଟ । ଘଟଣାରେ ଗାଡି ଡ୍ରାଇଭର ସହ ତାର ୪ ଜଣ ସାଙ୍ଗ ସଂପୃକ୍ତ ଥିଲେ । ଜଣେ ନାବାଳକ ଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ଦୁଇଟି ବାଇକ, ୪ ଟି ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ, ସୁନା ଗହଣା ଜବତ କରିଛି ପୋଲିସ । ଗିରଫ ୪ ଜଣହେଲେ ତେଣ୍ଡିପାଲିର ପିଣ୍ଟୁ ସାହୁ, ସଇଁନ୍ତଳାର ବିଦ୍ୟ ଶଙ୍କର ସାହୁ, ସର୍ଗିପାଲିର ପିଣ୍ଟୁ ସାହୁ, ଟୁଚେଉପର ଗାଁର ଚିନ୍ତାମଣି ସାହୁ ।