ସଂଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିସିରା ପଞ୍ଚାୟତର କେ. ସୁନ୍ଦରାପଲ୍ଲୀ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ । ୫ଦିନ ଭିତରେ ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ l ୪ ଜଣ ଆକ୍ରାନ୍ତଙ୍କ ବାଲିସୁରା ଓ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା । ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ ସହ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି । ଓଆର୍ ଏସ ଓ ପ୍ରାଥମିକ ସ୍ବାସ୍ଥ୍ୟ ଚିକିତ୍ସା ପ୍ରଦାନ କରାଯାଇଛି l ସେହିପରି ଆବର୍ଜନା ସ୍ଥାନ ଗୁଡ଼ିକରେ ବ୍ଲିଚଙ୍ଗ ପକାଯିବା ସହ ଜଳର ଏକ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ଟିମ୍ ।