ମହଙ୍ଗା ପଡିଲା ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା। ବିଦେଶିନୀଙ୍କ ଜଙ୍ଘରେ ଟାଟୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହିଦନଗର ଥାନାରେ ଏତଲା ହୋଇଥିଲା। ସହିଦନଗର ଥାନାରେ ଟାଟୁ କରିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଛି ପୋଲିସ। ସେପଟେ ଏତଲା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ଟାଟୁ ଦୋକାନ ମାଲିକ ରକି। ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରିଥିବାରୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ସେପଟେ ଟାଟୁ ଦୋକାନ ମାଲିକଙ୍କ କହିବା କଥା, ଟାଟୁ ୨୫ ଦିନ ପୂର୍ବରୁ ଲିଭାଇଲେ ଇନଫେକସନ ହେବାର ଆଶଙ୍କା ଅଛି। ତେଣୁ ୨୫ ଦିନ ପରେ ଟାଟୁକୁ ସେ ଲିଭାଇ ଦେବେ ବୋଲି କ୍ଷମା ପ୍ରାର୍ଥନା କରି କହିଛନ୍ତି।