ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟାଳୟରେ ବସିଥିବା ଆମ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଦଳର ସମସ୍ତ ବିଧାୟକ ଆତିଶୀଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଚୟନ କରିଛନ୍ତି। ଏହି ବୈଠକରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଉପସ୍ଥିତ ଥିଲେ।
ଭୋଟରେ ପରାସ୍ତ କରିଥିଲେ। ଦଳର ହେବିଓ୍ବେଟ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ଭଳି ନେତା ପରାଜିତ ହୋଇଥିବା ବେଳେ ଆତିଶୀ ବିଜୟ ହୋଇଥିଲେ।
ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଦିଲ୍ଲୀରେ ବିଜେପି ସରକାର ହୋଇଛି। ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା। ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଯାଉଛି ଆମ ଆଦମୀ ପାର୍ଟି। ଦିଲ୍ଲୀ ବିଧାନସଭାର ୭୦ ଟି ସିଟରୁ ୪୮ ସିଟରେ ଜିତି ସରକାର ଗଢିଛି ବିଜେପି।
୨୦୨୪ ମସିହାରେ ମଦ ଦୁର୍ନୀତି ମାମଲାରେ ଦଳର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଚଳିତ ନିର୍ବାଚନରେ ଆମ ପାର୍ଟିର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ। ଏବେ ସେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକା ନିର୍ବାହ କରିବେ।