ବାଲେଶ୍ବର ଭୋଗରାଇରେ ପାଗଳ କୁକୁର ଆତଙ୍କ । ରାସ୍ତାରେ ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଛି । ପାଗଳ କୁକୁର କାମୁଡ଼ାରେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କମର୍ଦ୍ଦା ଗୋଷ୍ଟୀ ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଭୋଗରାଇ ବ୍ଲକ କମର୍ଦ୍ଦା ବଜାର ଓ ଦୁଡପଳ ଛକରେ ପାଗଳ କୁକୁର ଆତଙ୍କ ଖେଳାଇଛି। ଲୋକଙ୍କୁ କାମୁଡି ଝୁଣି ପକାଇଛି । ଆଜି ସକାଳୁ ରାସ୍ତାରେ ଚାଲି ଚାଲି ଯାଉଥିବା ଲୋକଙ୍କୁ କାମୁଡି ଲହୁ ଲୁହାଣ କରିଛି। କୁକୁର ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। କୁକୁରକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସ୍ଥାନୀୟ ଲୋକେ ।