ବଲାଙ୍ଗୀର ସିଭିଲକୋର୍ଟ ସମ୍ମୁଖରେ ଦୁର୍ଘଟଣା I ବାଇକ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ ଘଟିଛି I ମୃତକ ହେଲେ ବଲାଙ୍ଗୀର ସହର ତାଲପାଲିପଡାର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅକ୍ଷୟ ମିଶ୍ର I ରାସ୍ତା ପାରି ହେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ I ଦ୍ରୁତ ଗତିରେ ଆସୁଥିବା ବାଇକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା I ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ I ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି I ଘଟଣା ସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିଛି I ଏହା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ I

