ମେଷ : ପାରିବାରିକ କ୍ଷେତ୍ରର ଅସ୍ଥିରତା କର୍ମକ୍ଷେତ୍ର ଉପରେ କୌଣସି କୁପ୍ରଭାବ ପକାଇବ ନାହିଁ । ବ୍ୟସ୍ତତା ଓ ବ୍ୟଗ୍ରତାକୁ ପ୍ରତିରୋଧ କରି କାମକୁ ପୂର୍ଣ୍ଣାଙ୍ଗ କରିବାରେ ସାହାଯ୍ୟ ପାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ଦେଖେଇ ଶିଖେଇ ବହୁତ କଥା କହିପାରନ୍ତି । ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ ।
ବୃଷ : ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି । ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ । ଆଲୋଚନା ସଭାରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି ।
ମିଥୁନ : କର୍ମକ୍ଷେତ୍ରରେ ନିଜର ପତିଆରା ବୃଦ୍ଧି ସହକର୍ମୀଙ୍କ ଅସନ୍ତୋଷର କାରଣ ହୋଇପାରେ । ବିଭିନ୍ନ ପ୍ରତିବନ୍ଧକ ଜନିତ ଯୋଜନାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଆଗାମୀ ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ଗୃହସଜ୍ଜାରେ ମନୋନିବେଶ କରିବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି ।
କର୍କଟ : କର୍ମକ୍ଷେତ୍ରରେ ସମସ୍ତ ସମସ୍ୟା ମୁକାବିଲା କରି ସଫଳତା ହାସଲ କରିବେ । ଆପଣ ଆଜି ଯେକୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ । ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇ ରହିବ। ସ୍ବାସ୍ଥ୍ୟ ସଚେତନତା ଅଭାବରୁ କ୍ରନିକ୍ ରୋଗଜନିତ ସମସ୍ୟା ଲାଗି ରହିବ ।
ସିଂହ : କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଠିକ୍ ରହିବ । ସାହାଯ୍ୟ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ପରିବେଶ ଅଭାବରୁ ଚିନ୍ତା ପ୍ରକଟ କରିପାରନ୍ତି । ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଉତ୍ସବ ଅନୁଷ୍ଠାନରେ ଯୋଗଦେଲେ ସମ୍ମାନିତ ହେବେ ।
କନ୍ୟା : ପ୍ରତ୍ୟେକ କାମକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରି ସଫଳ ହେବେ । କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହେବେ । ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ । ମନ ଭିତରେ ଲୁଚି ରହିଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେବାର ଆଶଙ୍କା ରହିଛି ।
ତୁଳା : ପ୍ରତ୍ୟେକ କାମରେ ସମସ୍ୟା ବୃଦ୍ଧି ପାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି । ନିଜ ଅସଫଳତାର କାରଣ ଖୋଜିବାକୁ ଯାଇ ଭାବପ୍ରବଣତାରେ ନିଜକୁ ହଜାଇଦେବେ । ସହକର୍ମୀଙ୍କ ସହ ବହୁଦିନର ମତାନ୍ତର ଜନିତ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ପରିବାରରେ ଶାନ୍ତି ଫେରିଆସିବ ।
ବିଛା : କର୍ମକ୍ଷେତ୍ରରେ ଟେନ୍ସନ ଲାଗି ରହିବ । ବନ୍ଧୁଙ୍କ ବ୍ୟବହାର ମନକୁ ନ ପାଇଲେ ମଧ୍ୟ ମନକଥା ମନରେ ରଖି ଅଶାନ୍ତ ମନ ନେଇ ଚଳିବାକୁ ବାଧ୍ୟହେବେ । କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟହେବେ ।
ଧନୁ : ପାରିବାରିକ ଦୃଷ୍ଟିକୋଣରୁ ଖୁସିରେ ରହିବେ । ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି । ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଗବେଷଣା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ । ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେଇ ଖୁସି ମନାଇବେ ।
ମକର : ବୃଥା ଭାବନାଜନିତ ଅନ୍ୟମନସ୍କ ହେତୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ । ଅସାବଧାନତା କାରଣରୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି । ପାରିବାରିକ ଅସ୍ଥିରତା ବନ୍ଧୁମାନଙ୍କ ସାହାଯ୍ୟରୁ ଦୂରୀଭୂତ ହୋଇଯିବ । ସାମାଜିକସ୍ତରରେ ସମ୍ମାନ୍ନୀୟ ବ୍ୟକ୍ତିବିଶେଷଙ୍କ ସାହାଯ୍ୟରୁ ସମସ୍ୟାକୁ ସୁଧାରିନେବେ ।
କୁମ୍ଭ : ପରିବାର ଲାଗି ବେଶି ସମୟ ନ ଦେବା କାରଣରୁ ପରିବାରରୁ ସମାଲୋଚିତ ହେବେ । ବନ୍ଧୁଙ୍କ ପ୍ରେରଣାରେ ସତ୍ସଂଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ସାୟାହ୍ନେ ଟେନ୍ସନ ବଢ଼ିଯିବ । ସାମାଜିକସ୍ତରରେ ନିଜେ ଜଳି ଅନ୍ୟମାନଙ୍କ ହିତ ଚିନ୍ତା କରିପାରନ୍ତି ।
ମୀନ : ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । କାର୍ଯ୍ୟରେ ଅସଫଳତା କାରଣରୁ ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ଆକସ୍ମିକ ଭାବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିପାରେ ।