ତେଲେଙ୍ଗାନା ଏକ ଟନେଲରେ ଫସିଛନ୍ତି ୮ରୁ ଅଧିକ ଶ୍ରମିକ । ଶ୍ରୀସାଇଲମ୍ ବାମ କେନାଲ ଟନେଲରେ ଏହି ଅଘଟଣ ଘଟିଛି। ଟନେଲ ଛାତରୁ କଂକ୍ରିଟ ଖଣ୍ଡ ଖସିବାରୁ ଭିତରେ ଫସି ରହିଛନ୍ତି। ନଗର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଅଘଟଣ ଘଟିଛି। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଉତ୍ତରାଖଣ୍ଡରେ ଏପରି ଏକ ଅପରେସନରେ ନିୟୋଜିତ ଟିମ୍ କୁ ଏହି ଦାୟିତ୍ଵ ଦିଆଯାଇଛି। ଏନଡିଆରଏଫ୍ ଓ ଏସଡିଆରଏଫ୍ ମଧ୍ୟ ସାମିଲ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଘଟଣା ଉପରେ ନଜର ରଖିଛନ୍ତି। ଶ୍ରୀସାଇଲମ୍ ର ବାମ କେନାଲର ଟନେଲ ଛାତରୁ ପାଣି ଲିକ୍ ହେଉଥିଲା। ତାକୁ ବନ୍ଦ କରିବାକୁ କଂକ୍ରିଟ କରାଯାଇଥିଲା। ୧୨ରୁ ୧୩ କିଲୋମିଟର ଦୂରରେ ସେହି କଂକ୍ରିଟ ଭୁଶୁଡ଼ି ପଡ଼ିଛି। ଘଟଣା ସ୍ଥଳକୁ ତୁରନ୍ତ ଯିବା ପାଇଁ ଜିଲ୍ଲାପାଳ, ଏସପି ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜଳସେଚନ ମନ୍ତ୍ରୀ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।