ପାକିସ୍ତାନରେ ବାଜିଲା ଭାରତର ଜାତୀୟ ସଂଗୀତ । ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି ଏହାର ଭିଡ଼ିଓ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ଲାହୋର ଗଦ୍ଦାଫି ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ-ଇଂଲଣ୍ଡ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦେଶର ରାଷ୍ଟ୍ରୀୟ ସଂଗୀତ ବାଜିବାର ଥିଲା । କିନ୍ତୁ ଏହି ସମୟରେ ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ବାଜିବା ବଦଳରେ ବାଜିଥିଲା ଭାରତର ଜାତୀୟ ସଂଗୀତ । ଭୁଲ୍ ଜାଣିପାରି ଅଧିକାରୀମାନେ ତୁରନ୍ତ ଏହାକୁ ବନ୍ଦ କରି ପୁଣି ଅଷ୍ଟ୍ରେଲିଆର ଜାତୀୟ ସଂଗୀତ ବଜାଇଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଦୀର୍ଘ ୨୯ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି ପାକିସ୍ତାନ । ଚାମ୍ପିଅନ୍ସ ଟ୍ରଫିର କୌଣସି ମ୍ୟାଚ ଭାରତ ପାକିସ୍ତାନରେ ଖେଳିବ ନାହିଁ । ୮ଟି ଟିମରୁ ଭାରତ ଏକମାତ୍ର ଟିମ ଭାବେ ପାକିସ୍ତାନ ଯିବାକୁ ମନା କରିଛି । ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ଆଇସିସି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ କରିବାକୁ ନିଷ୍ପତ୍ତି ନେଇଛି । ଭାରତ ସମସ୍ତ ମ୍ୟାଚ ଦୁବାଇର ଖେଳାଯିବ ।