ଖାଇକୁ ଖସିଲା ବସ । ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ । ବାରିପଦା ବହଳଦା ଥାନା ଝରାଡ଼ି ଗାଁ ନିକଟସ୍ଥ ଜିଆଳଦା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆପୁ ନାମକ ଏକ ଘରୋଇ ବସ ରାସ୍ତା କଡ ଖାଇକୁ ଖସି ପଡ଼ିବା ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ରାଇରଙ୍ଗପୁର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ବସ ଟି କରଞ୍ଜିଆରୁ ଝରାଡ଼ି ଅଭିମୁଖେ ଆସୁଥିବା ବେଳେ ଜିଆଳଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁଇଜଣ ଗୁରୁତର ଆହତଙ୍କୁ ବାରିପଦା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପୋଲିସ ଆହତଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ।