ମେଷ : ପ୍ରତ୍ୟେକ ଦିଗ ସକାଶେ ଅନୁକୂଳ ରହିଲେ ମଧ୍ୟ ପାରିବାରିକ ସମସ୍ୟା ସମାଧାନ କରିପାରିବ ନାହିଁ । କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ସୁହାଇଲା ଭଳି କଥା କହିବେ । ବ୍ୟବସାୟ, ପରିବହନ, ଆଇନ ଓ ରାଜନୈତିକ ସଂଗଠନର କାର୍ଯ୍ୟ ଭଲ ଚାଲିବ । ବନ୍ଧୁଙ୍କ ନିକଟରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି ।
ବୃଷ : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ ହେବେ । ନିଜ ପରିବେଶରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ । ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ ।
ମିଥୁନ : ଆଜି ବିବାଦୀୟ ପରିସ୍ଥିତି ହେତୁ କିଛି ନୂତନ କାମ ପାଇଁ ମନରେ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବା ଦିଗରେ ପାଖପଡୋଶୀ ସାହାଯ୍ୟ କରିପାରନ୍ତି । ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ । ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ ।
କର୍କଟ : ପାରିବାରିକ ଜୀବନ ପୂର୍ବଭଳି ରହିଲେ ମଧ୍ୟ ସମ୍ପର୍କୀୟଙ୍କ କାନକୁହା କଥା ବ୍ୟତିକ୍ରମ ସୃଷ୍ଟି କରିବ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସାଂଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ଜଣେ ହିତାକାଂକ୍ଷୀ ସାହାଯ୍ୟ କରିପାରନ୍ତି ।
ସିଂହ : ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ରହିପାରିବେ ନାହିଁ । ବନ୍ଧୁମାନଙ୍କ ପ୍ରାୟୋଜିତ ହଠାତ୍ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଟଙ୍କା ପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ ।
କନ୍ୟା : ଅଧିକାଂଶ ସମୟ ସମସ୍ୟାଗ୍ରସ୍ତ ରହିବା ହେତୁ ମନ ବିଚଳିତ ରହିବ । କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କୌଣସି ପରିିସ୍ଥିତିରେ ଭାଙ୍ଗିପଡ଼ନ୍ତୁ ନାହିଁ । ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା, ଅଶାନ୍ତି ଓ ଋଣଭାର କ୍ରମଶଃ ହ୍ରାସ ପାଇବ ।
ତୁଳା : ଦୃଢ଼ ଇଚ୍ଛାଶକ୍ତି ସାଙ୍ଗକୁ ସାହସିକ ପଦକ୍ଷେପ ଅସମ୍ଭବକୁ ସମ୍ଭବ କରିବାରେ ସାହାଯ୍ୟ କରିବ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ଠିକ୍ ହୋଇଯିବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାମ ହାସଲ କରିବେ । ପାଖ ପଡୋଶୀମାନଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହୀ ହେବେ ।
ବିଛା : ବହୁତ ଦିନରୁ ଚେଷ୍ଟା କରୁଥିବା କାମଟି ଜଣେ ସହକର୍ମୀଙ୍କ ଜରିଆରେ ଫଳବତୀ ହେବା ସୂଚନା ରହିଛି । ନିଜ ଲୋକଙ୍କ ସମସ୍ୟା ବିଷୟରେ ଦୁଶ୍ଚିନ୍ତା ବୃଦ୍ଧି ସମ୍ଭାବନା ରହିଛି । ଶିଳ୍ପ, ବ୍ୟବସାୟ, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ । ମନୋରଞ୍ଜନର ମଉକା ବିଶାଖା ନକ୍ଷତ୍ରର ଜୀବନ ଯାତ୍ରାକୁ ମଧୁମୟ କରିବ ।
ଧନୁ : ସମ୍ପର୍କୀୟଙ୍କୁ ସାହାଯ୍ୟ ସହ ଭଲ ପାଇବାକୁ କେନ୍ଦ୍ର କରି ପାରିବାରିକ ସମସ୍ୟା ଦେଖାଦେବ । ଅଫିସିଆଲି ଟେନସନ ଲାଗି ରହିବାରୁ ରକ୍ତଚାପ ବଢିପାରେ । ଧାରକରଜ କରି କାମ ତୁଲାଇ ନେବେ, କିନ୍ତୁ ସମ୍ପର୍କୀୟ ପାଖ ମାଡିବେ ନାହିଁ । ନିଜର ଦାୟିତ୍ୱହୀନ ମନ୍ତବ୍ୟର ପରିଣାମ ସ୍ବରୂପ ନିଜକୁ ଅପମାନିତ କିମ୍ବା ମନସ୍ତାପ କରିବାକୁ ପଡିବ ।
ମକର : ବନ୍ଧୁମାନେ ବିରୁଦ୍ଧାଚରଣ କଲେ ମଧ୍ୟ ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ । ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ । ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ ।
କୁମ୍ଭ : ଆଜି ଘରକୁ ଫେରିବା ରାସ୍ତାରେ ବନ୍ଧୁଟିଏ ଭେଟି କୌଣସି ସାହାଯ୍ୟ ଭିକ୍ଷା କରିପାରନ୍ତି । ଆଲୋଚନା ପରିସରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି । ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖାଯାଇଥିବା ଅର୍ଥ ଅନ୍ୟ ଦିଗରେ ବିନିଯୋଗ କରିବାକୁ ବାଧ୍ୟ ହେବେ ।
ମୀନ : ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ । ଦୂରଯାତ୍ରାରେ ଦୀର୍ଘ ଦିନର ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ । ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ ।