ସଂଚାର ବ୍ୟୁରୋ: କୃଷ୍ଣସାର ମୃଗ ସ୍ଥାନାନ୍ତର ପାଇଁ ଚାଲିଛି ମସୁଧା । ସାମ୍ବାଦିକ ସମ୍ମିଳନୀରେ ବିରୋଧ କଲେ କୃଷ୍ଣ ସାର ମୃଗ ସୁରକ୍ଷା ସମିତି। ବିରଳ କୃଷ୍ଣସାର ମୃଗ ସଂରକ୍ଷଣ ପାଇଁ ଗଞ୍ଜାମ ଦକ୍ଷିଣାଞ୍ଚଳ ଘୁମୁସର ବନଖଣ୍ଡ ସାରା ଓଡ଼ିଶାରେ ପ୍ରଥମ l ଏଠାରୁ କେତେକ କୃଷ୍ଣସାର ମୃଗକୁ ଅନ୍ୟତ୍ର ସ୍ଥାନାସ୍ତର କରିବାକୁ ଯୋଜନା ଚାଲିଛି l ଏହି ଯୋଜନାକୁ ବିରୋଧ କରୁଛି କୃଷ୍ଣସାର ମୃଗ ସଂରକ୍ଷଣ ସମିତି। ସେପଟେ କୃଷ୍ଣସାର ମୃଗ ଅନ୍ୟତ୍ର ସ୍ଥାନାସ୍ତରିତ କରିବା କଥାକୁ ଖଣ୍ଡନ କରିଛନ୍ତି ଆସିକା ବନଖଣ୍ଡ ଅଧିକାରୀ l କୃଷ୍ଣସାର ମୃଗ ସ୍ଥାନାନ୍ତରିତ ନେଇ ତାଙ୍କ ପାଖକୁ କୌଣସି ସରକାରୀ ଚିଠି ଆସିନଥିବା ସେ କହିଛନ୍ତି।

