ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନେକ ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନୂଆ ଆୟକର ବିଲ୍ ପ୍ରସ୍ତାବକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ଦେଶର ଟିକସ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଗତ ୧ତାରିଖରେ ଆଗତ ହୋଇଥିବା କେନ୍ଦ୍ର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ଆଇନ ସଂପର୍କରେ ଘୋଷଣା କରିଥିଲେ

