ସଂଚାର ବ୍ୟୁରୋ: ଠିକାଦାର ଓ ବିଭାଗୀୟ ମନ୍ତ୍ରୀଙ୍କ ସଲାସୁତରାରେ ବ୍ଯାପକ ହରିଲୁଟ ଅଭିଯୋଗ । ଚଳୁ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସଂସାରଫଳ ଲକ୍ଷ୍ମୀ ସୁବଳ ନୋଡାଲ ହାଇସ୍କୁଲରୁ। ନୂତନ ରୋଷେଇ ଘର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ବ୍ଯୟ ବରାଦ ହୋଇଥିଲା। ବିନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ଯ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ସବୁ ଚାଲିଛି ସଲାସୁତରାରେ ।
ଭଙ୍ଗା କାନ୍ଥ ଉପରେ ପଡୁଛି ଆଜବେଷ୍ଟଜ୍। କାନ୍ଥ ଏମିତି ଭଙ୍ଗା ଦଦରା ଅଛି ଯେ, ହୁଏତ ଜୋର୍ ପବନ ହେଲେ ଏହା ଭାଙ୍ଗିଯିବାର ଆଶଙ୍କା। ତଥାପି ତା ଉପରେ ତିଆରି ହେଉଛି ସ୍କୁଲର ରୋଷେଇ ଘର। ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସଂସାରଫଳ ଲକ୍ଷ୍ମୀ ସୁବଳ ନୋଡାଲ ଉଚ୍ଚ ବିଦ୍ଯାଳୟର ଦୃଶ୍ଯ । ରୋଷେଇ ଘର ତିଆରି ପାଇଁ ୩ ଲକ୍ଷ ଟଙ୍କା ବ୍ଯୟ ବରାଦ ହୋଇଥିଲା। ବିନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ଯ । ପୂର୍ବର ଭଙ୍ଗା ରୋଷେଇ ଘର କାନ୍ଥ ଉପରେ ଆଜବେଷ୍ଟଜ ପକାଇ ଚାଲିଛନ୍ତି ଠିକାଦାର । କୋଠରୀଟି ପୂରା ଅସୁରକ୍ଷିତ ଥିବା ବେଳେ ତା ଉପରେ ତାଳିପକା କାମ କରାଯାଉଥିବାର ଅଭିଯୋଗ ହୋଇଛି। କାହା ନିର୍ଦ୍ଦେଶରେ ଅସୁରକ୍ଷିତ କାନ୍ଥରେ ଆଜବେଷ୍ଟଜ ପକାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ,ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରାରେ ଧର୍ମକୁ ଆଖିଠାର ମାରି କାମ ହେଉଛି। ନିରୀହ ଶିଶୁମାନଙ୍କ ଜୀବନକୁ ବିପନ୍ନ କରି ଚାଲିଛି ନିର୍ମାଣ କାର୍ଯ୍ୟ । କେତେବେଳେ ବି ବିପଦ ହେବା ଆଶଙ୍କା ରହିଛି । ଠିକାଦାର ନିଜ ଲାଭ ପାଇଁ ଭଙ୍ଗା କାନ୍ଥରେ ନାମକୁ ମାତ୍ର ସିମେଣ୍ଟ ଚଢେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେବାକୁ ଯୋଜନା କରିଛନ୍ତି। ଲୋକେ ପ୍ରଶ୍ନ କରିଛନ୍ତି-ବିଭାଗୀୟ ଯନ୍ତ୍ରୀ ଚୁପ କାହିଁକି ? କାମ ଦେଖିବାକୁ ବି ଆସୁନାହାନ୍ତି ନିର୍ବାହୀ ଯନ୍ତ୍ରୀ। ଲୋକେ ସନ୍ଦେହ କରୁଛନ୍ତି- ମୋଟା ଅଙ୍କର ପିସି ନେଇ ସମସ୍ତେ ପାଟି ଚୁପ୍ କରି ବସିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ବେ ନିଆଯାଉନି କାର୍ଯ୍ଯାନୁଷ୍ଠାନ। ହେଲେ ପଟ୍ଟାମୁଣ୍ଡାଇ ବିଡିଓ କହିଛନ୍ତି ଘଟଣାର ତଦନ୍ତ କରାଯିବ ।