ସଂଚାର ବ୍ୟୁରୋ: ଠକେଇ ଟଙ୍କାରେ କାର ସହ ଜମି କିଣିଛି ରୋମିଓ ସତ୍ୟଜିତ । ଶହେ ରାଣୀଙ୍କ ରାଜା ସତ୍ୟଜିତ ସାମଲକୁ ଆଉ ପାଞ୍ଚ ଦିନ ପାଇଁ ରିମାଣ୍ଡ ରେ ଆଣିଲା କ୍ୟାପିଟାଲ ଥାନା ପୋଲିସ । ରିମାଣ୍ଡରେ ଆସିଲା ପରେ ପୋଲିସ କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ମହିଳା ମାନଙ୍କଠୁ ଟଙ୍କା ଲୁଟି ଜମି କିଣିଥିଲା ସତ୍ୟଜିତ । ପୁରୀ ମାଳତୀପାଟପୁର ଠାରେ ସତ୍ୟଜିତ ନାଁ ରେ ଏକ ଜମି ଥିବା ଜାଣିବାକୁ ପାଇଛି ପୋଲିସ । ତହସିଲଦାର ଙ୍କୁ ଜମି ବିଷୟରେ ତଥ୍ୟ ମଗାଯାଇଛି । ଆଉ କେଉଁ କେଉଁ ସ୍ଥାନରେ ଜମି କିଣିଛି ସେ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସ୍ । ପାଖାପାଖି ୩୦ ଲକ୍ଷ ଟଙ୍କାକୁ ଫ୍ରୀଜ କରାଯାଇଛି ।ପେନଡ୍ରାଇଭ୍ ଓ ଲାପଟପ ରେ ଥିବା ତଥ୍ୟ ପାଇବା ପାଇଁ ଫରେନ୍ସିକ୍ ଲବୋରୋଟରି ରିପୋର୍ଟକୁ ଅପେକ୍ଷା କରାଯାଇଛି । ୫ ଦିନିଆ ରିମାଣ୍ଡ ଭିତରେ ଆଉ କେତେଜଣ ମହିଳାଙ୍କୁ ଠକିଛି ଓ ଆଉ କେଉଁମାନେ ଏଥିରେ ସାମିଲ ତାର ତଦନ୍ତ କରୁଛି ପୋଲିସ ।