ସଂଚାର ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଠାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥୀଭାବେ ଯୋଗ ଦେଇଥିଲେ । ମାଷ୍ଟର ବିପ୍ଲବ ମୁଖ୍ୟମନ୍ତ୍ରୀଙ୍କୁ ଏକ ତ୍ରୀରଙ୍ଗା ଉପହାର ଦେଇଛନ୍ତି । ଏହାସହ ଆମେ ବି ଆଣିବୁ କ୍ରାନ୍ତି । ନୂଆ ସକାଳ, ନୂଆ ସମାଜ, ନୂଆ ସମ୍ଭାବନା ଓ ବିକଶିତ ଭାରତ ଗଠନରେ ହେବୁ ଭାଗିଦାର । ଆମ ଧମନୀରେ ବି ବୋହୁଛି କ୍ରାନ୍ତିକାରୀ ରକ୍ତ । ଅଗଷ୍ଟ କ୍ରାନ୍ତି ଦିବସରେ ଏମିତି ଏକ ବାର୍ତ୍ତା ଦେଇଛନ୍ତି ମାଷ୍ଟର ବିପ୍ଳବ । ବିପ୍ଳବ ହେଉଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ବଡଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ଅଣନାତି । ବାପା ଜାଣେ ଖ୍ୟାତନାମା ସାମ୍ବାଦିକ, ଜେଜେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ସଂଗ୍ରାମୀ ପରିବାରର ଦାୟାଦ ଭାବେ ବିପ୍ଲଵଙ୍କ ରକ୍ତରେ ବି ରହିଛି ସଂଗ୍ରାମୀ ଚିନ୍ତାଧାରା । କୁନି ବୟଷରେ ବି ସେ ତ୍ରିରଙ୍ଗାକୁ ସମ୍ମାନ ଦେଉଛି । ଛୋଟ ପିଲାଟି ହାତରୁ ତ୍ରିରଙ୍ଗା ଗ୍ରହଣ କରି ମୁଖ୍ୟମନ୍ତ୍ରୀ ତାକୁ ଆଶୀର୍ବାଦ କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଅତିଥିମାନେ ମଧ୍ୟ ବିପ୍ଲଵର ଦେଶ ଭକ୍ତିକୁ ଦେଖି ସ୍ତମ୍ଭିଭୁତ ହୋଇଯାଇଥିଲେ ।