ସଂଚାର ବ୍ୟୁରାେ: ଦୟା ନଦୀର ପ୍ରଦୂଷଣ ରୋକିବାକୁ ଜଳ ସମ୍ପଦ ବିଭାଗକୁ BMC ର ଚିଠି । ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନଦୀ ଯୋଗୁଁ ଦୟା ନଦୀ ଦୂଷିତ ହେଉଛି। ନଦୀକୁ ସଫା କରିବା ସହ ଶିଳ୍ପ ସଂସ୍ଥାଗୁଡିକ ପ୍ରଦୂଷିତ ଜଳକୁ ଟ୍ରିଟମେଣ୍ଟ କରି STP ଜରିଆରେ ଛାଡିଲେ ପ୍ରଦୂଷଣ ହୁଅନ୍ତା ନାହିଁ । ଏଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ମେୟରଙ୍କ ପକ୍ଷରୁ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସହ ବି ଆଲୋଚନା ହୋଇଛି। ସେମାନେ ବି ଏହି ସବୁ ନଦୀ ସଫା କରିବାକୁ ଚାହୁଁଛନ୍ତି। ପରୀକ୍ଷାମୂଳକ ଭାବେ ଦୟା ୱେଷ୍ଟ କେନାଲକୁ ସଫା କରିବାକୁ BMC ଚାହୁଁଛି । ଏଥିପାଇଁ ଜଳ ସମ୍ପଦ ବିଭାଗର ଅନୁମତି, ଅର୍ଥ ଓ ମାନବ ସମ୍ବଳ ଆବଶ୍ୟକ। BMC ନିଜ ଅର୍ଥରେ ପଳାଶୁଣି ପାଖରେ 100 ମିଟର ସଫା କରୁଛି । ଏହା ଦ୍ଵାରା ସବୁଜିମା ରହିବ, ଆବର୍ଜନା ହେବ ନାହିଁ । ଅନୁମତି ମିଳିଲେ, ଦୟା ୱେଷ୍ଟ ପରେ ଗଙ୍ଗୁଆ ନାଳକୁ ବି ସଫା କରିବେ । STP ଓ FSTP ବି ଚାଲୁ ଅଛି । ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅନୁରୋଧ ଯେ ସେମାନେ ଅଳିଆ ନ ଛାଡ଼ିବା ପାଇଁ ମଞ୍ଚେଶ୍ୱରରେ ଥିବା ଶିଳ୍ପ ସଂସ୍ଥାଙ୍କୁ ତାଗିଦ କରିବେ । ଏହା ଦ୍ୱାରା ପ୍ରଦୂଷଣକୁ ରୋକା ଯାଇ ପାରିବ ଓ ରୋଗରୁ ମୁକ୍ତି ପାଇବେ ଲୋ ।