Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ

Sanchar Live by Sanchar Live
January 24, 2025
in ଓଡିଶା
0
ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ
0
SHARES
5
VIEWS
FacebookTwitter

ଭୁବନେଶ୍ୱର : ପୂର୍ବୋଦୟର ବିକାଶରେ ବିକଶିତ ଭାରତ ବର୍ଷ ଗଠନ ସମ୍ଭବ । ଓଡିଶାର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର ଏବଂ ଏଥି ପାଇଁ ଶାସନ ଦାୟୀତ୍ୱ ନେବାର ପ୍ରଥମ ଦିନରୁ କାର୍ଯ୍ୟ କରିଆସୁଛନ୍ତି । ମୋଦିଜୀଙ୍କ ତତ୍ୱାବଧାନରେ ରାଜ୍ୟରେ “ଗରୀବ, ଯୁବକ, କୃଷକ ଏବଂ ମହିଳା କଲ୍ୟାଣକାରୀ ଯୋଜନା”କୁ ବାସ୍ତବ ଓ ସଫଳ ରୂପାୟନ ଦେବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରୀ ରହିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସାଢେ ଚାରି କୋଟି ଓଡିଆଙ୍କ ଆଶା ଓ ଆକାଂକ୍ଷାକୁ ସମ୍ମାନ ଜଣାଇ କାର୍ଯ୍ୟ କରାଯାଉଛି । ଓଡିଶାର ଐତିହ୍ୟ, ସଂସ୍କୃତି, ପରାଂପରା, କଳା, ଭାଷା, ଖାଦ୍ୟ ଆଦିକୁ ବିଶ୍ୱସ୍ତରରେ ପହଂଚାଇବାର ପ୍ରୟାସ ଜାରୀ ରହିଛି । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି ।

ରାଜ୍ୟରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଜୀ ୫ମ ଥର ପାଇଁ ଓଡିଶା ଆସୁଛନ୍ତି । ଓଡିଶାରେ ପ୍ରଥମ ଥର ପାଇଁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀମାନ ଆୟୋଜନ କରାଯାଉଛି । ପୋଲିସ ଡିଜି ସମ୍ମିଳନୀ, ଭାରତୀୟ ନୈାସେନା ଦିବସ ପାଳନ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଜରିଆରେ ଓଡିଶାର ମାନ ଓ ସମ୍ମାନ ବିଶ୍ୱସ୍ତରରେ ପହଂଚି ପାରିଛି । ଶପଥ ଗ୍ରହଣ, ସୁଭଦ୍ରା ଯୋଜନାର ଶୁଭାରମ୍ଭ, ପୋଲିସ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପରେ ଆସନ୍ତା ୨୮ ତାରିଖ ଦିନ ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ ବୋଲି ସାଂସଦ ତଥା ବରିଷ୍ଠ ନେତା ଶ୍ରୀ ପ୍ରତାପ ଷଡଙ୍ଗୀ ସୁଚନା ଦେଇଛନ୍ତି ।

ଦିନିକିଆ ଗସ୍ତରେ ଓଡିଶା ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୮ ତାରିଖ ସକାଳ ୧୦ଟାରେ ଏୟାରପୋର୍ଟରୁ ଆରମ୍ଭ କରି ଜନତା ମଇଦାନ ପାର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ସ୍ୱାଗତ ଜଣାଇବେ । ଏଥି ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀ ଉତ୍କର୍ଷ ଓଡିଶା ସମ୍ମିଳନୀରେ ଯୋଗ ଦେବେ । ଭୁବନେଶ୍ୱରର ଜନତା ମଇଦାନଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ତଥା ବିଦେଶରୁ ପ୍ରାୟ ୫ ହଜାର ପୁଞ୍ଜି ନିବେଶକାରୀ ପ୍ରତିନିଧି ଯୋଗ ଦେବେ ।

ଏହି ସମ୍ମିଳନୀ ଜରିଆରେ ଓଡିଶାକୁ ବୃହତ ପରିମାଣର ପୁଞ୍ଜି ନିବେଶ ସମ୍ଭବ ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ସହାୟକ ହେବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ଭଗବାନ ବିର୍ସା ମୁଣ୍ଡା ଏବଂ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ସମ୍ବିଧାନ ଗୈାରବ ଅଭିଯାନ, ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀକୁ ପାର୍ଟୀ ତରଫରୁ ମହାଆଡମ୍ବରରେ ପାଳନ କରାଯିବ । ଏଥି ପାଇଁ ରାଜ୍ୟ କମିଟି ଗଠନ କରାଯାଇଛି ।

ବର୍ଷେ ବ୍ୟାପୀ ପାଳନ ହେବାକୁ ଥିବା ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ପାଇଁ ଗଠିତ କମିଟିରେ ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ଉପସଭାପତି ସୁଶ୍ରୀ ସୁକେଶୀ ଓରାମ, ଏସଟି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ହାଁସଦା, ଫାଗୁ ହାଁସଦା, ମମିତା ନାୟକ, ବାସନ୍ତି ମାଝୀ, କରାମତି ଓରାମ, ଧୃବ କାଲୋ, ପଦ୍ମଚରଣ ହାଇବ୍ରୁ, ଦଶମାତୀ ଛତର, ହୃଷିକେଶ ଦେହୁରୀ, ସିଦ୍ଧାର୍ଥ ସିଂହ ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ସୁଚନା ଦେଇଛନ୍ତି । ସେହିପରି ଅଟଳ ବିହାରୀ ବାଜପେୟୀ ଜନ୍ମ ଶତାବ୍ଦୀ ପାଳନ କମିଟିରେ ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ (ସଂଯୋଜକ), ମାନ୍ୟବର ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର (ସହ ସଂଯୋଜକ), ପୂର୍ବତନ ବିଧାୟିକା କୁସୁମ ଟେଟେ, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ବିଧାୟକ ରଘୁନାଥ ଜଗଦ୍ଦଲା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ସମ୍ବିଧାନ ଗୈାରବ ଅଭିଯାନ କମିଟିରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୀମାଂଚଳ ଖଟେଇ, ସାଂସଦ ସୁଜିତ କୁମାର ଓ ରବି ନାରାୟଣ ବେହେରା, ବିଧାୟକ ଇରାସିସ ଆଚାର୍ଯ୍ୟ, ରାଜ୍ୟ ସଂପାଦିକା ପୂର୍ଣ୍ଣିମା ନାୟକ ଏବଂ ବିଧାୟକ ସନାତନ ବିଜୁଳି ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Tags: bjpodisha politicsPratapsarangi
ShareTweetShareSend
Sanchar Live

Sanchar Live

Next Post
ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ଆରମ୍ଭ ହେଲା ପ୍ରକ୍ରିୟା

ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ଆରମ୍ଭ ହେଲା ପ୍ରକ୍ରିୟା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.